କଟକ ଜିଲ୍ଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ..

ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ , କଟକ ଜିଲ୍ଲା ଆନୁକୁଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କଟକର ସହୀଦ ଭବନ ଠାରେ ଏକ ନାଗରିକ ସଚେତନତା ସମ୍ମିଳନୀ ରାଜ୍ୟ ପରିବହନ ବିଭାଗ ମାନନୀୟ ଆୟୁକ୍ତ ଶ୍ରୀ ଅରୁଣ ବୋଥ୍ରା,(ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଦ୍ବାରା ସମ୍ପାଦିତ ତଥା ସର୍ବସାଧାରଣଙ୍କ ଲାଗି ୬ ଗୋଟି କ୍ଷୁଦ୍ର ସଚେତନତା ଚଳଚ୍ଚିତ୍ର ମାନନୀୟ ସଭାପତି ଶ୍ରୀ ବୋଥ୍ରାଙ୍କ ଦ୍ବାରା ଲୋକାର୍ପିତ ହୋଇଥୂଲା। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାନନୀୟ ଜିଲ୍ଲାପାଳ,କଟକ ଶ୍ରୀ ଭବାନୀ ଶଙ୍କର ଚଇନି, ମାନନୀୟ ଆରକ୍ଷୀ ଉପ-ଆୟୁକ୍ତ ଶ୍ରୀ ପିନାକୀ ମିଶ୍ର, ମାନନୀୟ ମେୟର, କଟକ ମହାନଗର ନିଗମ ଶ୍ରୀ ସୁବାସ ସିଂ, ଜିଲ୍ଲା ପରିବହନ ଅଧିକାରୀ, କଟକ ଶ୍ରୀ ସଞ୍ଜୟ କୁମାର ବେହେରା ଯୋଗଦେଇ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସଡ଼କ ସୁରକ୍ଷା ଦିଗରେ ଜନସଚେତନତାର ବାର୍ତ୍ତା ବାଣ୍ଟିଥିଲେ।ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ୬ ଟି ଜନସଚେତନତା କ୍ଷୁଦ୍ର ଚଳଚ୍ଚିତ୍ର “ରାସ୍ତାରେ ଦେଖିଲେ ଆହତ, ହୋଇଯାଆନ୍ତୁ ଦେବଦୂତ, ଗାଡ଼ି ଚାଳନାରେ ନିଶା ସେବନ,ଦୃତଗତି ମହାବିପତ୍ତି, ମୋବାଇଲ ସଙ୍ଗେ ଗାଡ଼ି ଚାଳନା,ଏବେ ଟିକେ ଭାବନ୍ତୁ, ମୁଣ୍ଡେ ଶିରସ୍ତ୍ରାଣ,ବଞ୍ଚୂଯିବ ପ୍ରାଣ” ଲୋକାର୍ପିତ ହୋଇଥୂଲା।

9

ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ବାରା ବଦାନ୍ୟ ବ୍ୟକ୍ତି ଶ୍ରୀ ରୁଦ୍ରଭାନୁ ପଟ୍ଟନାୟକ, ଖୁଣ୍ଟକଟା, ବିଷ୍ଣୁପ୍ରସାଦ ମହାରଣା, ଟାଙ୍ଗୀ, ଶ୍ରୀ ଭାଗବତ ପ୍ରସାଦ କର, ସାଲେପୁର, ଶ୍ରୀ ରଞ୍ଜିତ କୁମାର ସ୍ବାଇଁ, ପ୍ରତାପନଗରୀ,ସେକ୍ ମହମ୍ମଦ ହାତିମ୍, ପଦ୍ମପୁର, ଶ୍ରୀ ପ୍ରତାପ ଚନ୍ଦ୍ର ରାଉତ ଙ୍କୁ ଶ୍ରେଷ୍ଠ ସମାଜସେବୀ ସମ୍ମାନ ଓ ଶ୍ରୀ ରବିନ୍ଦ୍ର କୁମାର ପଣ୍ଡା, ଅଧ୍ୟକ୍ଷ,ଚମ୍ପକନାଥ ଗାଡ଼ି ଚାଳନା କେନ୍ଦ୍ର, ଶ୍ରୀ ବିଜୟ କୁମାର ପଣ୍ଡା, ସମ୍ପାଦକ,ସାର୍ଫ, ଶ୍ରୀ ଅଭୟ କୁମାର ଦାସ, ନିର୍ଦ୍ଦେଶକ, ନାଟ୍ୟକାର ଓ ଅଭିନେତା, ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ସହକାରୀ ଯନ୍ତ୍ରୀ, ଜାତୀୟ ରାଜପଥ, ଶ୍ରୀ ରାକେଶ କୁମାର ରାଉତ, ବରିଷ୍ଠ ଯନ୍ତ୍ରୀ, ରାଜ୍ୟ ରାଜପଥ ଙ୍କୁ ସେମାନଙ୍କର ଶ୍ରେଷ୍ଠ ସଚେତନତା ଭୂମିକା ଲାଗି ସମ୍ବର୍ଦ୍ଧିତ କରାଯାଇଥିଲା। ଅବଶେଷ ରେ କଟକ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ ୩୮,୮୦୦ କୋଟି ମୂଲ୍ୟର ପ୍ରକଳ୍ପର ଶୁଭାରମ୍ଭ କଲେ...

Fri Jan 20 , 2023
ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମୁମ୍ବାଇରେ ପହଞ୍ଚି ୩୮,୮୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ମେଟ୍ରୋ ଲାଇନ ୨ ଏ ଏବଂ ୭ ର ଉଦଘାଟନ କରିଛନ୍ତି। ଏଥିରେ ଆନ୍ଧେରିରୁ ଡାହିସର ପର୍ଯ୍ୟନ୍ତ ବିସ୍ତୃତ ୩୫ କିଲୋମିଟର ଉଚ୍ଚ କରିଡର ମଧ୍ୟ ଅନ୍ତର୍ଭୁକ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର […]

You May Like

Pin It on Pinterest