ଇରାକ ଷ୍ଟାଡିୟମରେ ଦଳାଚକଟା, ୪ ମୃତ : ୪୦ ବର୍ଷ ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଥିଲା, ୬୫ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ

ବାସ୍ତବ ବ୍ୟୁରୋ: ଗୁରୁବାର ଦିନ ଇରାକର ଫୁଟବଲ୍ ଷ୍ଟାଡିୟମରେ ହୋଇଥିବା ଦଳାଚକଟା ରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ୪ ଦଶନ୍ଧି ପରେ ଇରାକରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଫୁଟବଲ୍ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍ ରେ ଯେତେବେଳେ ହଜାର ହଜାର ଲୋକ ବସ୍ରା ଷ୍ଟାଡିୟମ ଏବଂ ଏହାର ଆଖପାଖ ଅଞ୍ଚଳରେ ମ୍ୟାଚ୍ ଦେଖିବା ପାଇଁ ଏକାଠି ହୋଇଥିଲେ ଏହି ଘଟଣା ଘଟିଥିଲା ।

ଇରାକର ଫୁଟବଲ୍ ଫେଡେରେଶନ ରିପୋର୍ଟ କରିଛି ଯେ ଫାଇନାଲ ପାଇଁ ୯୦% ଟିକେଟ୍ ଆଗରୁ ବିକ୍ରି ହୋଇସାରିଥିଲା । ଏହି କାରଣରୁ ହଜାର ହଜାର କିଲୋମିଟର ଦୂରରୁ ମ୍ୟାଚ୍ ଦେଖିବା ପାଇଁ ଆସିଥିବା ଲୋକମାନେ ରାଗି ଯାଇଥିଲେ। ଫୁଟବଲ୍ ପ୍ରଶଂସକମାନେ ରାଗିଯାଇ ଷ୍ଟାଡିୟମ ବାହାରେ ଏକାଠି ହେବାକୁ ଲାଗିଲେ, ଏହା ପରେ ଭିଡ଼ ଏତେ ହୋଇଗଲା ଯେ ଦଳାଚକଟା ଆରମ୍ଭ ହୋଇଯାଇଥିଲା ।

ମ୍ୟାଚ୍ ଦେଖିବା ପାଇଁ ୬୫ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ
ଏକ ରିପୋର୍ଟ ଅନୁଯାୟୀ, ବସ୍ରା ଇଣ୍ଟରନ୍ୟାସନାଲ ଷ୍ଟାଡିୟମର କ୍ଷମତା ୬୫ ହଜାର ଲୋକ। ତେବେ ଗୁରୁବାର ଦିନ ଆରବ ଗଲ୍ଫ କପ୍‌ର ଅନ୍ତିମ ମ୍ୟାଚ୍ ଦେଖିବାକୁ ୬୫ ହଜାରରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଏତେ ସଂଖ୍ୟକ ଲୋକ ଏକାଠି ହେଉଥିବା ଦେଖି ଷ୍ଟାଡିୟମର ସମସ୍ତ ଫାଟକ ବନ୍ଦ ହୋଇଯାଇଥିଲା।

ପରିସ୍ଥିତି ଏତେ ଖରାପ ହେଲା ଯେ ଫୁଟବଲ୍ ପ୍ରଶଂସକଙ୍କୁ ଅଟକାଇବା ପାଇଁ ଷ୍ଟାଡିୟମକୁ ଯାଉଥିବା ସମସ୍ତ ରାସ୍ତା ୧୫ କିଲୋମିଟର ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଲୋକଙ୍କୁ ଷ୍ଟାଡିୟମକୁ ଆସିବାକୁ ରୋକିବା ପାଇଁ ବସ୍ରା ସହରର ବିଭିନ୍ନ ସ୍ଥାନରେ ଟିଭି ଲଗାଯାଇଥିଲା । ମନ୍ତ୍ରୀମାନଙ୍କ ଠାରୁ ସେନା ପର୍ଯ୍ୟନ୍ତ ଜନତା ଫେରି ଆସିବାକୁ ନିବେଦନ କରିଥିଲେ କିନ୍ତୁ ଲୋକମାନେ ସେମାନଙ୍କ କଥା ଶୁଣିଲେ ନାହିଁ ଏବଂ ଜନସମାଗମ ଜାରି ରହିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ କ୍ୟାବିନେଟ୍‌ରେ ପାରିତ ହେଲା ୧୨ଟି ପ୍ରସ୍ତାବ....

Sat Jan 21 , 2023
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଲାଗିଛି। ସୂଚନାନୁଯାୟୀ,ଆଜି (ଶନିବାର) ବସିଥିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ । ଏହି ବୈଠକରେ ସବୁ ବିଭାଗୀୟ ମନ୍ତ୍ରୀ ଓ ସଚିବ ଉପସ୍ଥିତ ଥିଲେ । କ୍ୟବିନେଟରେ ନିଆଯାଇଥିବା  ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରେ ରହିଛି ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ୍ ବୃଦ୍ଧି । ଫଳରେ […]

You May Like

Pin It on Pinterest