
ବାସ୍ତବ ବ୍ୟୁରୋ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ODI ସିରିଜର ଦ୍ୱିତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ -୦ ଅଗ୍ରଣୀ ହାସଲ କରିଛି। ସିରିଜର ଶେଷ ମ୍ୟାଚ୍ ୨୪ ଜାନୁଆରୀରେ ଇନ୍ଦୋରରେ ଖେଳାଯିବ ।
ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଯୋଗୁ ନ୍ୟୁଜିଲ୍ୟାଣ୍ଡ ମାତ୍ର ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା। ୧୦୯ ରନର ଟାର୍ଗେଟକୁ ଭାରତ ମାତ୍ର ୨୦.୧ ଓଭରରେ ୨ ୱିକେଟ ହରାଇ ହାସଲ କରି ନେଇଛି।

ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୫୧ ରନ କରିଥିବା ବେଳେ ବିରାଟ କୋହଲି ୧୧ ରନ କରି ଆଉଟ ହୋଇଛନ୍ତି। ପ୍ରଥମ ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁବମନ ଗିଲ୍ ଅପରାଜିତ ୪୦ ଓ ଈଶାନ କିଶନ ଅପରାଜିତ ୮ ରନ କରିଛନ୍ତି। ତେବେ ବୋଲିଂରେ ୩ ୱିକେଟ ହାସଲ କରିଥିବା ମହମ୍ମଦ ଶାମି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ପୂର୍ବରୁ ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍କୁ ମଧ୍ୟ ଜିତିଥିଲା।