ପାରିପାର୍ଶିକ ବିକାଶ ବାର୍ତ୍ତାନେଇ ତ୍ରୀକୁଟ ପାହାଡ ଚଢିଲେ ଜିଲ୍ଲା ଅଧିକାରୀ…


ସୁବର୍ଣ୍ଣପୁର(ନମୋଗୁଋ ହୋତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶିକ ବିକାଶର ବାର୍ତ୍ତାନେଇ ଆଜି ସକାଳୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସରକାରୀ ଅଧିକାରୀ ତ୍ରୀକୁଟ ପାହାଡ ଚଢି ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ବିଶେଷ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଆବୋଲି ସୁନିଲ ନରୱେଣେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ଓ ନିଶିପୁନମ ମିଞ୍ଜ,ଜିଲ୍ଲା ପରିଷଦ ସିଇଓ ନିହାର ରଞ୍ଜନ କହଁର, ଉପ ଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ପିଡବ୍ଲ୍ୟୁଡି ଏସଡିଓ ଦାମୋଦର କୈବର୍ତ୍ତ, ଉଲୁଣ୍ଡା ବିଡିଓ ହେମସାଗର ଭୋଇ, ସିଡିଏମଓ ବିଶ୍ବରଞ୍ଜନ ପତି, ଢିସିଓ ଜମୁନା ପଧାନ, ଜିଏମଡିଆଇସି ବଳଭଦ୍ର ନାୟକ, ଡିଏଲଓ ଡିଲେଶ୍ବର ଖାକା, ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଉଲୁଣ୍ଡା ତହସିଲଦାର ବିପିନ ପଧାନ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ସାମିଲ ହୋଇଥିଲେ।

ଅଧିକାରୀ ବୃନ୍ଦ ତ୍ରୀକୁଟ ପାହାଡରୁ ଓହ୍ଲାଇଲା ପରେ ପାହାଡ ପାଦଦେଶରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶିକ ବିକାଶ କେମିତି ଭାବରେ ହୋଇପାରିବ ସେଥି ନିମନ୍ତେ ପ୍ରତ୍ୟେକ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେ ସମସ୍ତ ଅଧିକାରୀଙ୍କୁ ପାତଳୀ ଶ୍ରୀକ୍ଷେତ୍ର ର ପାରିପାର୍ଶିକ ବିକାଶ ରେ ସମସ୍ତ ଅଧିକାରୀ ସ୍ୱତଃ ସାମିଲ ହେବାକୁ ଜିଲ୍ଲାପାଳ ପରାମର୍ଶ ପରାମର୍ଶ ଦେଇଛନ୍ତି l

ଏହି ପରିପ୍ରେକ୍ଷୀରେ ଉପ -ଜିଲ୍ଲାପାଳ ବୀରମହାରାଜପୁର ଙ୍କ ତତ୍ୱାବଧାନ ରେ ଏକ ବିକାଶ ସହାୟତା ପାଣ୍ଠି ତିଆରି କରି ସେଥିରେ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ପାତାଳୀ ଶ୍ରୀକ୍ଷେତ୍ରର ପାରିପାର୍ଶିକ ବିକାଶ ପାଇଁ ନିଜସ୍ବ ଇଚ୍ଛାରେ ବ୍ଯକ୍ତିଗତ ଭାବରେ ସାମିଲ ପୂର୍ବକ ଆର୍ଥିକ ସାହାଯ୍ୟ ସହଯୋଗ ପାଇଁ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଅଧିକାରୀଙ୍କୁ ପରାମର୍ଶ ଦେବା ସହିତ ବ୍ଯକ୍ତିଗତ ଭାବରେ ନିଜେ ପ୍ରଥମେ ୨୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ପାତାଳୀ ଟ୍ରଷ୍ଟର ଉତ୍ତର ପାତ୍ର, ପୁର୍ଣ୍ଣଚନ୍ଦ୍ର ପାଢ଼ୀ ସମେତ ଅନେକ ସଦସ୍ଯ ସାମିଲ ହୋଇଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଏନଏସି ସିମୁଳିଆରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ କଲେ ସ୍ଥାନୀୟବାସୀ...

Wed Jan 25 , 2023
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅଧିନ ଚାନ୍ଦବାଲି ଏନ ଏ ସି ସିମୁଳିଆରେ ଏକ ପ୍ରସ୍ତାବିତ ମଦ ଦୋକାନ ଖୋଲାଯିବା ନେଇ ବିଜ୍ଞତି ପ୍ରକାଶ ପାଇବା ପରେ ଜନ ଆନ୍ଦୋଳନ ତେଜିବାରେ ଲାଗିଛି । ବଜାର ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥାପିତ ହେବାକୁ ଯାଉଥିବା ଉକ୍ତ ଦୋକାନ ନିକଟରେ ତାରିଣୀମନ୍ଦିର , ହରିଜନ ବସ୍ତି ଓ ସତ୍ୟସାଇ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସହିତ ନିକଟରେ ଦୂର୍ଗା ମନ୍ଦିର […]

You May Like

Pin It on Pinterest