
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଥାନା ଅଧିନ ଚାନ୍ଦବାଲି ଏନ ଏ ସି ସିମୁଳିଆରେ ଏକ ପ୍ରସ୍ତାବିତ ମଦ ଦୋକାନ ଖୋଲାଯିବା ନେଇ ବିଜ୍ଞତି ପ୍ରକାଶ ପାଇବା ପରେ ଜନ ଆନ୍ଦୋଳନ ତେଜିବାରେ ଲାଗିଛି ।
ବଜାର ଠାରୁ ମାତ୍ର କେଇ ମିଟର ଦୂରରେ ଅବସ୍ଥାପିତ ହେବାକୁ ଯାଉଥିବା ଉକ୍ତ ଦୋକାନ ନିକଟରେ ତାରିଣୀମନ୍ଦିର , ହରିଜନ ବସ୍ତି ଓ ସତ୍ୟସାଇ ମନ୍ଦିର ଓ ଜଗନ୍ନାଥ ମନ୍ଦିର ସହିତ ନିକଟରେ ଦୂର୍ଗା ମନ୍ଦିର ମଧ୍ୟ ରହିଛି । ଏହି ସ୍ଥାନକୁ ଦୈନିକ ଶହ ଶହ ଆବାଳ-ବୃଦ୍ଧ- ବନିତା ଯାତାୟତ କରିଥାନ୍ତି । ବିଶେଷକରି ଧାର୍ମିକ ଅନୁଷ୍ଠାନକୁ କୁନି ପିଲାଙ୍କ ସମେତ ମହିଳାମାନେ ପୂଜାଅର୍ଚନା ପାଇଁ ସମାଗମ ହୋଇଥାନ୍ତି ।
ଅନ୍ୟପଟେ କହିବାକୁ ଗଲେ ଦୋକାନ ସମ୍ମୁଖରେ ଲମ୍ବିଥିବା ରାସ୍ତାଟି ଏନ ଏ ସି ୭ନମ୍ବର ୱାର୍ଡ଼ ଅଧିନରେ ୩ ଟି ୱାର୍ଡ଼ ରହିଛି । ଏଭଳି ଏକ ସ୍ଥାନରେ ପ୍ରସ୍ତାବିତ ମଦ ଦକୋନ କୁ ବନ୍ଦ କରିବା ପାଇଁ ସବୁ ବର୍ଗର ବିରୋଧ ସହ ଆନ୍ଦୋଳନ ଆରମ୍ଭ ହୋଇଛି । ପ୍ରଶାସନ ଦ୍ବାରା କୌଣସି ତଦନ୍ତ କରାନଯାଇ ଅତି ତର ବରିଆ ଭାବେ
ଉକ୍ତ ମଦ ଦୋକାନ ଖୋଲିବାକୁ ନିଷ୍ପତି ନେଇଥିବାରୁ ଏହାକୁ ସବୁ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଏହି ମଦ ଦୋକାନ ଖୋଲାକୁ ନେଇ ବିରୋଧ କରାଯାଇଛି ।
ଯଦି ସରକାର ମଦ ଦୋକାନ ଖୋଲାବା ପାଇଁ ଅଗ୍ରଗତି କରନ୍ତି ତେବେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ସମ୍ଭାବନା ରହିଛି ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ମଧ୍ୟ ଚେତାବନି ଦେଇଛନ୍ତି ସ୍ଥାନୀୟବାସୀ ।