ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ପ୍ରତିବାଦରେ କଳାହାଣ୍ଡି ବିଜେପି ପକ୍ଷରୁ ଭବାନିପାଟଣା ବିଡିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ…

ଦୀପକ ସାହୁ(କଳାହାଣ୍ଡି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଦେବା ଘଟଣା କୁ ପ୍ରତିବାଦ କରି ଆଜି କଳାହାଣ୍ଡି ବିଜେପି ପକ୍ଷରୁ ଭବାନିପାଟଣା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ।

ପ୍ରକାଶ ଯେ ରାଜ୍ଯ ସରକାର ଓଡିଶାର ୨୭ ଲକ୍ଷ ଲୋକଙ୍କ ପାଇଁ ଘର ଆବଶ୍ୟକ ବୋଲି ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ ଲୋକଙ୍କୁ ମୁଣ୍ଡ ଉପରେ ଛାତ ଦେବା ପାଇଁ ୧ ଲକ୍ଷ ଘର ଅଧିକ ପ୍ରଦାନ କରିଥିଲେ । ପୁର୍ବରୁ କେନ୍ଦ୍ର ସରକାର ୧୮ ଲକ୍ଷ ଏବଂ ବର୍ତ୍ତମାନ ୯ ଲକ୍ଷ ୫୮ ହଜାର ମୋଟ ୨୭ ଲକ୍ଷ ୫୮ ହଜାର ଘର ପ୍ରଦାନ କରିଛନ୍ତି କିନ୍ତୁ ଦୁର୍ଭାଗ୍ୟର କଥା ବର୍ତ୍ତମାନ ତାଲିକାରେ ପାଖାପାଖି ୩ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଙ୍କ ନାମ ରହିଥିବାରୁ ଯୋଗ୍ଯ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏହାକୁ ବିରୋଧ କରି ଆଜି କଳାହାଣ୍ଡି ବିଜେପି ପକ୍ଷରୁ ଶହଶହ କର୍ମୀ ଓ ନେତା ଭବାନିପାଟଣା ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ସରକାରଙ୍କ ନାରୀ ସୁରକ୍ଷା କାର୍ଯ୍ୟକ୍ରମ କେତେ ସଫଳ:ବିରାଟ ପ୍ରଶ୍ନବାଚୀ ?

Wed Jan 25 , 2023
ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ମହିଳାମାନଙ୍କ ଲାଗି “ମହିଳା ସଶକ୍ତିକରଣ ଓ ନାରୀ ସୁରକ୍ଷା ତଥା ଗାଁ କୁ ସମ୍ମାନ,ମାଆକୁ ସମ୍ମାନ ” ଡାକରା ରାଜ୍ୟରେ କେତେ ସଫଳ ହୋଇଛି ତାହାର ଏକ ନମୁନା ଆଜି ଦେଖିବାକୁ ମିଳିଛି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ । କଟକ କମିଶନରେଟ୍ ପୋଲିସ୍ ଅଧିନସ୍ଥ ଜଗତପୁର ଅଞ୍ଚଳର ଏହି ନିଃସହାୟ ବାପାମାଆ ଗତ ଏକ ମାସ ତଳୁ ନିଜର […]

You May Like

Pin It on Pinterest