ବାସ୍ତବ ବ୍ୟୁରୋ: ଆଜି (ଶନିବାର) ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରାଯାଇଛି । ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର । ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବା ‘ଅମୃତ ମହୋତ୍ସବ’ର ବିଷୟବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦୟାନକୁ ପରିବର୍ତ୍ତନ କରିଛନ୍ତି।
ପ୍ରତିବର୍ଷ ବସନ୍ତ ଋତୁରେ ଏହା ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଥାଏ । ଏଥର ଏହା ଜାନୁଆରୀ ୩୧ ରେ ଖୋଲାଯିବ ଏବଂ ଲୋକମାନେ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଏଠାରେ ବୁଲି ପାରିବେ । ପ୍ରତିବର୍ଷ ଭଳି ଏଥର ମଧ୍ୟ ୫ ରୁ ୬ ଲକ୍ଷ ଲୋକ ଆସିବେ ବୋଲି ଆଶା କରାଯାଉଛି ।
୧୫ ଏକର ର ବଗିଚାରେ ୧୩୮ ପ୍ରକାରର ଗୋଲାପ ୧୦,୦୦୦ ରୁ ଅଧିକ ତୁଲିପ ଫୁଲ ଏବଂ ୭୦ ଟି ବିଭିନ୍ନ ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ଅଛି ।