୨୦୨୩-୨୪ ବଜେଟ୍‌ର ଗୁରୁତ୍ୱପୂର୍ଣ ଘୋଷଣା….

ବାସ୍ତବ ବ୍ୟୁରୋ: ଆଜି ପୂର୍ବାହ୍ନ ୧୧ଟା ବେଳେ ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିଥିଲେ।

  • ମଧ୍ୟବିତ୍ତ ପରିବାର ଓ ସରକାରୀ ଚାକିରୀଆମାନଙ୍କ ପାଇଁ ବଡ ଆଶ୍ୱସ୍ତି । ନୂଆ ଆୟକର ବ୍ୟବସ୍ଥା ଅନୁଯାୟୀ ଯଦି ଆପଣଙ୍କର ବାର୍ଷିକ ଆୟ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ ତେବେ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ପୂର୍ବରୁ ଏହା ୫ ଲକ୍ଷ ପର୍ଯ୍ୟନ୍ତ ଥିଲା । ଏବେ ଏଥିରେ ପରିବର୍ତ୍ତନ କରାଯାଇ ୭ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯିବାକୁ ଘୋଷଣା ହୋଇଛି ।
  • ଜରିମାନା ଅଥବା ଜାମିନ ପାଇଁ ଆବଶ୍ୟକ ଅର୍ଥ ଦେବାକୁ ଅସମର୍ଥ ଜେଲ୍‌ରେ ଥିବା ଗରିବ କଏଦୀମାନଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ ।
  • ଭାରତକୁ ‘ଶ୍ରୀଅନ୍ନ’ର (ମିଲେଟ୍‌) ବୈଶ୍ବିକ ନାଭିକେନ୍ଦ୍ର ବା ‘ହବ୍‌’ କରାଯିବ । ଆନ୍ତର୍ଜାତିକସ୍ତରରେ ସର୍ବୋତ୍ତମ ପ୍ରୟୋଗ, ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ନିମନ୍ତେ ହାଇଦ୍ରାବାଦସ୍ଥିତ ‘ଦି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟ୍‌ ରିସର୍ଚ’କୁ ‘ଉତ୍କର୍ଷତାର କେନ୍ଦ୍ର’ ଭାବେ ସହାୟତା ଯୋଗାଇ ଦିଆଯିବ ।
  • ପିଏମ ଯୋଜନା ଅଧିନରେ ପ୍ରତି ପରିବାରକୁ ବାସଗୃହ ଯୋଗାଇବାକୁ ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ପାହାଡିଆ ଅଞ୍ଚଳରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯିବ।
  • ରେଲୱେ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା । ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଏବଂ ଏୟାରଷ୍ଟ୍ରିପର ହେବ ପୁନରୁଦ୍ଧାର । 
  • ପାନକାର୍ଡ ଆଗାମୀ ଦିନରେ ଏହା ପରିଚୟ ପତ୍ର ଭାବେ ମଧ୍ୟ ବ୍ୟବହାର ହେବ ।
  • ଚଳିତ ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ବଡ ଘୋଷଣା-ବଜେଟରେ ଶିଶୁ ଏବଂ କିଶୋରଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ସମସ୍ତ ସ୍କୁଲକୁ ଏହା ମାଧ୍ୟମରେ ଯୋଡିବା ପାଇଁ ଘୋଷଣା କରିଛନ୍ତି । ଏହା କରିବା ଦ୍ୱାରା ଅଧିକରୁ ଅଧିକ ଛାତ୍ରଛାତ୍ରୀ ପୁସ୍ତକ ସହ ଯୋଡି ହୋଇପାରିବେ । ଜାତୀୟ ଡିଜିଟାଲ ଲାଇବ୍ରେରୀକୁ ପଞ୍ଚାୟତ ଏବଂ ୱାର୍ଡ ସ୍ତରରେ ଖୋଲାଯିବ । ଏଥିରେ ପ୍ରାଦେଶିକ ଏବଂ ଇଂରାଜୀ ଭାଷାରେ ପୁସ୍ତକ ଉପଲବ୍ଧ ହେବ । ଏଥିରେ ସମସ୍ତ ବୟସର ଛାତ୍ରଙ୍କୁ ନେଇ ପୁସ୍ତକ ଉପଲବ୍ଧ ହେବ । 
  • ସେହିପରି ମହିଳାଙ୍କୁ ବଡ ଉପହାର ଦେଇଛନ୍ତି ନିର୍ମଳା ସୀତାରମଣ । ମହିଳାଙ୍କ ପାଇଁ ସଞ୍ଚୟ ଯୋଜନାର ଘୋଷଣା କରିଛନ୍ତି । ମହିଳା ସମ୍ମାନ ସଞ୍ଚୟ ପତ୍ର ଯୋଜନାର ଶୁଭାରମ୍ଭ ହେବ । ଏଥିରେ ମହିଳା ମାନେ ୨ ଲକ୍ଷ ଯାଏ ସଞ୍ଚୟ ଉପରେ ୭.୫ ପ୍ରତିଶତର ସୁଧ ପାଇବେ । ଏହା ଛଡା ଦେଶର ବରିଷ୍ଠ ନାଗରିକ ମାନଙ୍କ ପାଇଁ ବରିଷ୍ଠ ନାଗରିକ ଖାତା ଯୋଜନାର ସୀମା ୪.୫ ଲକ୍ଷରୁ ୯ ଲକ୍ଷକୁ ବଢାଇଦିଆଯାଇଛି । 
  • ୫ଜି’ ସେବା ବ୍ୟବହାର କରି ‘ଆପ୍‌’ ପ୍ରସ୍ତୁତି କରିବା ନିମନ୍ତେ ଇଞ୍ଜିନିୟରିଙ୍ଗ୍‌ ପ୍ରତିଷ୍ଠାନରେ ୧୦୦ଟି ନୂଆ ଲ୍ୟାବ୍‌ ସ୍ଥାପନ ହେବ। ନୂଆ ପ୍ରକାରର ସୁଯୋଗ, ବ୍ୟବସାୟ ମଡେଲ୍‌ ଏବଂ ସମ୍ଭାବ୍ୟ କର୍ମନିଯୁକ୍ତି ଆଦି ସାକାର କରିବା ପାଇଁ ଏହି ଲ୍ୟାବ୍‌ଗୁଡ଼ିକ କାମ କରିବ। ଏହାଛଡ଼ା, ସ୍ମାର୍ଟ କ୍ଲାସ୍‌, ‘ପ୍ରିସିସନ୍‌ ଫାର୍ମିଙ୍ଗ୍‌’, ‘ଇଣ୍ଟେଲିଜେଣ୍ଟ୍‌ ଟ୍ରାନ୍‌ସ୍‌ପୋର୍ଟ ସିଷ୍ଟମ୍‌’ ଏବଂ ‘ହେଲ୍‌ଥ୍‌କେୟାର୍‌’ କ୍ଷେତ୍ରରେ ମଧ୍ୟ ଏହି ‘ଆପ୍‌’ କାମ କରିବ।
  • ବାର୍ଷିକ ୭ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଉପରେ ଆୟକର ଛାଡ଼ ହେବ ବୋଲି ଅର୍ଥମନ୍ତ୍ରୀ ଘୋ‌ଷଣା କରିଛନ୍ତି। ରିଟର୍ଣ୍ଣ ଦାଖଲ ସରଳ କରିବା ପାଇଁ ନୂଆ ‘ଆଇ-ଟି ରିଟର୍ଣ୍ଣ’ ଫର୍ମ ପ୍ରଚଳନ ହେବ । ଆୟକର ରିଟର୍ଣ୍ଣ ପ୍ରକ୍ରିୟା ସମୟ ମଧ୍ୟ ୧୬ ଦିନକୁ ହ୍ରାସ କରାଯାଇଛି।
  • କୃଷି ଷ୍ଟାର୍ଟ-ଅପ୍‌ ପାଇଁ ‘ଏଗ୍ରିକଲ୍‌ଚୁରାଲ୍‌ ଏକ୍ସଲେଟର୍‌ ଫଣ୍ଡ୍‌’ ଗଠନ କରାଯିବ। ପ୍ରାଣୀ ପାଳନ, ଦୁଗ୍ଧଜାତ ସାମଗ୍ରୀ ଓ ମତ୍ସ୍ୟଚାଷ ଉପରେ ଧ୍ୟାନ ନିବେଶ କରାଯାଇ ‘କୃଷି କ୍ରେଡିଟ୍‌ ଟାର୍ଗେଟ୍‌’ ୨୦ ଲକ୍ଷ କୋଟିକୁ ବୃଦ୍ଧି କରାଯିବ। ମତ୍ସ୍ୟଜୀବୀ, ଓ ମତ୍ସ୍ୟ ବିକ୍ରେତା ପାଇଁ ଗୋଟାଏ ନୂଆ ଉପ-ଯୋଜନା ଜରିଆରେ ୬୦୦୦ କୋଟି ଟଙ୍କା ବିନିଯୋଗ କରାଯିବ।
  • ୨୦୧୪ରୁ ସ୍ଥାପିତ ୧୫୭ଟି ମେଡିକାଲ୍‌ କଲେଜ ସଙ୍ଗରେ ୧୫୭ଟି ନର୍ସିଙ୍ଗ୍‌ କଲେଜ ସ୍ଥାପନ କରାଯିବ। ସରକାରୀ ଓ ବେସରକାରୀ ମେଡିକାଲ୍‌ କଲେଜ ଶିକ୍ଷକମାନଙ୍କ ଗବେଷଣା ନିମନ୍ତେ ‘ଆଇସିଏମ୍‌ଆର୍‌’ ଲ୍ୟାବ୍‌ ଉପଲବ୍ଧ ହେବ।
  • ଜନଜାତି ଶିକ୍ଷାର୍ଥୀଙ୍କ ନିମନ୍ତେ ଦେଶରେ ଥିବା ୭୪୦ଟି ଏକଲବ୍ୟ ମଡେଲ୍‌ ସ୍କୁଲ୍‌ରେ ଆଗାମୀ ୩ ବର୍ଷ ମଧ୍ୟରେ ସରକାର ୩୮,୮୦୦ ଶିକ୍ଷକ ଓ ସହାୟକ କର୍ମଚାରୀ ନିଯୁକ୍ତ କରାଯିବ।
  •  ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ଆଣିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ଆରମ୍ଭ ହେବାକୁ ଯାଉଛି ‘ସ୍ୱଦେଶ ଦର୍ଶନ ଯୋଜନା’ ଏବଂ ‘ଅପନା ଭାରତ ସ୍କିମ୍’ । ଦେଶରେ ଥିବା ୫୦ଟି ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରାଯିବ । ଏସବୁ ସ୍ଥଳୀକୁ ବିକଶିତ କରିବାକୁ ସଜତ୍ନ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ ମଞ୍ଜୁର କରାଯିବ । ବିଭିନ୍ନ ରାଜ୍ୟର ରାଜଧାନୀ ମାନଙ୍କରେ ୟୁନିଟି ମଲ ଖୋଲିବାକୁ ପ୍ରସ୍ତୁତି। ଏହି ମଲ୍ ଗୁଡିକରେ ଉତ୍ପାଦନ ଗୁଡିକର ବିକ୍ରି ପାଇଁ ପଥ ପ୍ରସ୍ତୁତ କରାଯିବ । ପର୍ଯ୍ୟଟନ ସ୍ଥଳମାନଙ୍କରେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ।
  • ଆଗତ ସାଧାରଣ ବଜେଟରେ ଭାରତର ପ୍ରତିରକ୍ଷା ବ୍ୟୟ ବରାଦ ୫ ଲକ୍ଷ ୯୪ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମୋଟ ବଜେଟର ପ୍ରାୟ ୮ ପ୍ରତିଶତ । ଗତ ବର୍ଷର ବଜେଟ ( ଚଳିତ ଆର୍ଥିକ ବର୍ଷ ପାଇଁ ) ଏହା ୫ ଲକ୍ଷ ୨୫ ହଜାର କୋଟି ଟଙ୍କା ଥିଲା ।  ଆତ୍ମ ନିର୍ଭର ଭାରତ ଯୋଜନା ଉପରେ ପ୍ରାଥମିକତା ଦେଇ ଏହି ରାଶିର ୬୮ ପ୍ରତିଶତ ସ୍ବଦେଶୀ ପ୍ରତିରକ୍ଷା ଶିଳ୍ପରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ କିଣିବାରେ ବ୍ୟବହୃତ ହେବ । ଗତ ବର୍ଷ ଏହା ୫୮ ପ୍ରତିଶତ ଥିଲା ।
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଫେସର ଶତ୍ରୁଘ୍ନ ନାଥଙ୍କ ୧୦୮ ତମ ଜୟନ୍ତୀ ପାଳିତ...

Thu Feb 2 , 2023
ବାସ୍ତବବ୍ୟୁରୋ(ଭୁବନେଶ୍ୱର): ଉତ୍କଳରତ୍ନ ପ୍ରଫେସର ଶତ୍ରୁଘ୍ନନାଥଙ୍କ ୧୦୮ ତମ ଜୟନ୍ତୀ ଉତ୍ସବ ବୁଧବାର,ଅପରାହ୍ଣଘ ୪.୩୦ ମିନିଟ ସମୟରେ ସହୀଦନଗର ବିଷ୍ଣୁମନ୍ଦିର ପରିସରସ୍ଥିତ ସାଂସ୍କୃତିକ ପରିଷଦ ପ୍ରେକ୍ଷାଳୟରେ ପ୍ରାବନ୍ଧିକ ଡ଼ଃ ଏକାଦଶୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି lପ୍ରାରମ୍ଭରେ ଶ୍ରୀ ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା। ଏଥିରେ କବି ଗୌତମ ଚରଣ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ […]

You May Like

Pin It on Pinterest