
ନିହାର ପରିଡା(କେନ୍ଦ୍ରାପଡ଼ା): ୦୮-୦୨-୨୩-କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜଳସମ୍ପଦ ବିଭାଗ ତରଫରୁ ଛତା ସ୍ଥିତ ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ଏଜିଏମ ଅଶୋକ କୁ ଆଚାର୍ଯ୍ୟ,ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳୀ ସେଠୀ, ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଜଳସେଚନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସେଠୀ ଓ ଜଳସେଚନ ୨ ନମ୍ବର ସେକ୍ସନ୍ ର ପ୍ରମୋଦ କୁମାର ରାଓ ରାଜନଗର ବିଧାୟକ ଧ୍ରୁବ ସାହୁ , ଜିଲ୍ଲା ପରିଷଦ ସଭ୍ଯ ରଶ୍ମିରଞ୍ଜନ ରାଉତ ,ଲିଲିତା ଦାସ୍, ନିର୍ମଳା ମହାନ୍ତି,ଦିଲ୍ଲୀପ ସେଠୀ ଓ ଡେରାବିଶ୍ ବ୍ଲକର ଅଧ୍ୟକ୍ଷା ରଶ୍ମିତା ସେଠୀ,ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ଅତିଥି ମଞ୍ଚରେ ଉପସ୍ଥିତ ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମ ରେ କୃଷି ଓ ଆନୁସଙ୍ଗିକ କାର୍ଯ୍ୟର ବିକାଶ ପାଁଇ ପାଣି ପଞ୍ଚାୟତ ର ଭୂମିକା,ପାଣି ପଞ୍ଚାୟତ ର ସାଙ୍ଗଠନିକ ବ୍ୟବସ୍ଥା,ପାଣି ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟାବଳି,ପାଣି ପଞ୍ଚାୟତ ସଶକ୍ତିକରଣ ପାଁଇ ସରକାରଙ୍କ ପଦକ୍ଷେପ,ପାଣି ପଞ୍ଚାୟତ ର ଦୀର୍ଘସ୍ଥାୟୀତ୍ବ ପାଁଇ କରାଯାଉଥିବା ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ମଞ୍ଚାସୀନ ଅତିଥି ମାନେ । ପାଣି ପଞ୍ଚାୟତ ପକ୍ଷ ପାଳନ ପାଇଁ ଜିଲ୍ଲାରୁ ଆସିଥିବା ଚାଷୀ ମାନେ ସେମାନଙ୍କର ଅଭିଯୋଗ ଅଧିକାରୀଙ୍କୁ ମଧ୍ୟ ଜଣାଇ ଥିଲେ ।

ଜିଲ୍ଲା ର ବିଭିନ୍ନ ସ୍କୁଲ ରୁ ଆସିଥିବା ଛାତ୍ରଛାତ୍ରୀ ମାନେ ପାଣି ପଞ୍ଚାୟତ ସମ୍ପର୍କୀୟ ବକ୍ତୃତା ଓ ରଚନା ଆଦି ବିଷୟରେ କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ଆଜିର ଏହି କାର୍ଯ୍ୟକ୍ରମ ରେ ନଗଦ ଅର୍ଥରାଶି ସହିତ ମାନପତ୍ର ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।