ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ ହେଲା ପାଇକମାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର

ବାସ୍ତବ ବ୍ୟୁରୋ: ବରଗଡ଼ ଜିଲ୍ଲା ପାଇକମାଳ ଅଂଚଳର ଜନସାଧାରଣଙ୍କ ବହୁ ଦିନର ଦାବି ଆଜି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି।

ଗତ ଉପନିର୍ବାଚନ ସମୟରେ ପାଇକମାଳର ଜନତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାଇକମାଳରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ପାଇଁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କର ଦାବି ମୁତାବକ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ସେଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଆହୁରି ଉନ୍ନତି ହେବା ସହିତ ଜନସାଧାରଣଙ୍କୁ ଅଧିକ୍ ଉନ୍ମତ ସ୍ୱାସ୍ଥ୍ୟ ସେବା ମିଳିପାରିବ। ଅଧିକ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ ହେବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ରିଟେନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗର ବୋମା ବିସ୍ଫୋରଣ ହେଲା: ୨୪ କିଲୋମିଟର ଦୂର ଯାଇଁ ଶବ୍ଦ ଶୁଣାଗଲା...

Sat Feb 11 , 2023
ବାସ୍ତବ ବ୍ୟୁରୋ: ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୁଗର ବୋମା ଶୁକ୍ରବାର ଦିନ ଇଂଲଣ୍ଡର ଗ୍ରେଟ୍ ୟାରମାଉଥରେ ନିଷ୍କ୍ରିୟ ହେବା ପୂର୍ବରୁ ବିସ୍ଫୋରଣ ହୋଇଗଲା । ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏହି ଘଟଣା ଘଟିଥିଲା। ବୋମା ବିସ୍ଫୋରଣର ଶବ୍ଦ ୧୫ ମାଇଲ ଅର୍ଥାତ୍ ୨୪ କିଲୋମିଟର ଦୂର ଯାଏ ଶୁଭିଥିଲା । ପୋଲିସର ସୂଚନାନୁସାରେ, ବୋମା ବିସ୍ଫୋରଣରେ କେହି ଆହତ ହୋଇନାହାଁନ୍ତି, ଅଞ୍ଚଳର ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଏରିଆ […]

You May Like

Pin It on Pinterest