କଟକ ନଗର ବିଜେପିର ନବଦାସଙ୍କ ହତ୍ୟା ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦାବି

ସଂଜୟ ଶତପଥୀ(କଟକ):ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ହତ୍ୟା ତଥା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବାରୁ ରାଜ୍ୟ ବ୍ୟାପି ବିଜେପି ର ଆନ୍ଦୋଳନ ଡାକରାରେ କଟକରେ କଟକ ନଗର ବିଜେପି ତରଫରୁ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀ କରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରାଯାଇଥିଲା।

ସଭାରେ ଶ୍ରୀ ବଡୁଙ୍କ ସହିତ ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି, ଦିଲ୍ଲୀପ କୁମାର ମଲ୍କିକ, ଲକ୍ଷ୍ମୀଧର ପ୍ରଧାନ , ସିକନ୍ଦର ଅଲ୍ଲୀ,ସ୍ମୃତି ପଟ୍ଟନାୟକ, ରଶ୍ମିରେଖା ଦାସ,କର୍ପୋରେଟର ଗଗନ ଓଝା, ଦୀପକ ଦାସ,ଗୋପାଳ ବେହେରା ଓ ଲକ୍ଷ୍ମୀଧର ବେହେରା,ବିଶ୍ୱରଞ୍ଜନ ମିଶ୍ର,କଳ୍ପନା ପଟ୍ଟନାୟକ, ନିତାଇ ନନ୍ଦ,ଭାଗିରଥି ଦଳେଇ,ଦିପ୍ତୀରଂଜନ ପଣ୍ଡା,ଜୟକୃଷ୍ଣ ସ୍ୱାଇଁ,ଅମିତ ମିତ୍ର, ଦେବୁ ଘୋଷ,ପ୍ରବୀଣା ମହାପାତ୍ର, ମହମ୍ମଦ ସବୀର, ସୁଶାନ୍ତ ମହାନ୍ତି,ସତ୍ୟବ୍ରତ ମିଶ୍ର, ମହେନ୍ଦ୍ର ମହାନ୍ତି,ଲଲାଟେନ୍ଦୁ ଦାସ, ରତନ ମହାନ୍ତି, ନିତାଈଗୋର ମହାନ୍ତି, ପ୍ରଦୀପ ପଟ୍ଟନାୟକ,ସୁଧୀର ଶତପଥି,ଦୁର୍ଯ୍ୟୋଧନ ଲେଙ୍କା,କୀର୍ତି ପଟ୍ଟନାୟକ,ଚିତ୍ତ ରଞ୍ଜନ ଦାସ, ସୋନିଆ ଶର୍ମା, ପ୍ରକାଶ ବଡ଼ଜେନା, ପ୍ରଶାନ୍ତ ହୋତା, ସୁବାଷ ମହାନ୍ତି, ଶରତ ଭୋଳ,ଅମ୍ବିକା ଦାସ,ସ୍ଵର୍ଣ୍ଣଲତା ସେଠି, ସବିତା ବେହେରା, ଧୀର ମହାନ୍ତି, ତନୁଶ୍ରୀ ମହାନ୍ତି,ବିଶ୍ୱଜିତ ଦାସ , ବିଶ୍ୱଜିତ ମହାପାତ୍ର, କଲ୍ୟାଣୀ ମହଲା, ଶ୍ରୀନିବାସ ରେଡି , ଜୀବନ ଜ୍ୟୋତି ଦାସ, ସଦାନନ୍ଦ ବିଶ୍ୱାଳ, ମୁସ୍ତାକିମ, ଜୁନେଦ ଖାନ, ରମେଶ ପ୍ରଧାନ,ପ୍ରବୋଧ ବଡ଼ପଣ୍ଡା, ବିଚିତ୍ର ଜେନା,ମୀନକେତନ ଦାସ,ତପନ ଲେଙ୍କା,ଚିରଞ୍ଜୀବ ଖଣ୍ଡାୟତ ରାୟ,ମୁନୀନ୍ଦ୍ର ଭୋଳ, ହରିପ୍ରିୟା ଧଳ, କବିତା ଖଣ୍ଡେଇ,ସୁରେଶ ଜେନା ଆଦି ପ୍ରମୁଖ ନେତା ସହ ତିନିଶହ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ହୋଇ ନବୀନ ସରକାରର ସ୍ଥାଣୁତା ବିଷୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ନବୀନ ବାବୁଙ୍କ ଇସ୍ତଫା ଦାବୀ କରି ଶେଷରେ ପୋଲିସ ଗିରଫଦାରି ଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ମହାନଗର ନିଗମ କୁ ସମସ୍ୟା ନିଗମ କରିବା ପ୍ରୟାସରେ କଟକ ମେୟର ଓ କମିଶନର...

Thu Feb 16 , 2023
ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମର ଅପାରଗତା ଇତିମଧ୍ୟରେ ବହୁ ଚର୍ଚ୍ଚିତ ହୋଇଯାଇଛି । କିଛି ଦିନ ଧରି ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ, ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଧାରଣା, ଆନ୍ଦୋଳନ ଚାଲିଛି। କିନ୍ତୁ ସମସ୍ୟାର ସଠିକ୍ ସମାଧାନ ନା କରିପାରୁଛନ୍ତି କଟକ ମହାନଗର ନିଗମର ମାନନୀୟ ମେୟର ନା ମାନନୀୟ କମିଶନର। ବିଗତ ଦୁଇ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଓ […]

You May Like

Pin It on Pinterest