ବାସ୍ତବ ବ୍ୟୁରୋ-ଦେଶ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନ କୁ ଦିନ ବଢିଚାଲିଥିବା ବେଳେ, ରାଜ୍ୟରେ ଏହି ସଂଖ୍ୟା କମୁଛି । ଏହା ଏକ ଆସ୍ୱସ୍ଥି ର ଖବର ଓ ରାଜ୍ୟ ପାଇଁ ଭଲ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ଅବସରରେ ସେ ଏହି ବିଷୟ କହିଛନ୍ତି । ଯେଉଁମାନେ କରୋନା ମୁକାବିଲା ଦିଗରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ । ଏହି ସାମଗ୍ରୀ ପରିବହନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । କୃଷିଜାତ ଦ୍ରବ୍ୟ ପରିବହନରେ କୌଣସି ପ୍ରକାର ବାଧା ସୃଷ୍ଟି କରାନଯାଉ ବୋଲି ସେ କହିବା ଲକ୍ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଭ୍ୟାସଗତ ଅପରାଧିଙ୍କୁ ସାବାଡ଼ କରିବାକୁ ଶ୍ରୀ ପଟ୍ଟନାୟକ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Next Post
ମେ ୩ ଯାଏଁ ଗଡିବନି ଯାତ୍ରୀବାହୀ ଟ୍ରେନ୍
Tue Apr 14 , 2020
ବାସ୍ତବ ବ୍ୟୁରୋ-କରୋନା ମୁକାବିଲା ପାଇଁ ମେ’ ୩ ଲକ୍-ଡାଉନ୍ ର ଅବଧି ବଢିବାପରେ, ଏକ ବଡ ନିଷ୍ପତ୍ତି ନେଇଛି ଭାରତୀୟ ରେଳ ବିଭାଗ । ଦେଶବ୍ୟାପୀ ମେ ୩ ଯାଏଁ ଯାତ୍ରୀବାହୀ ଟ୍ରେନ୍ ଗଡିବନି ବୋଲି ରେଲୱେ କହିଛି । ଏ ସଂକ୍ରାନ୍ତରେ ଟୁଇଟ୍ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ମେଲ୍/ଏକ୍ସେପ୍ରେସ୍ ଟ୍ରେନ୍, ପାସେଞ୍ଜର୍ ଟ୍ରେନ୍, ସବ୍ଅର୍ବାନ୍ ଟ୍ରେନ୍, କୋଲ୍କାତା ମେଟ୍ରୋ ରେଲ୍, କୋଙ୍କଣ ରେଲ୍ୱେ […]

You May Like
-
6 years ago
ଆଜିର ଖାସ୍ ଖବର
-
6 years ago
୨୬ ଯାଏଁ ପ୍ରବଳ ବର୍ଷା;୧୦ ଜିଲ୍ଲା ହେବେ ପ୍ରଭାବିତ….


