
ସଂଜୟ ଶତପଥୀ(କଟକ): ଗତ ୩ ଦିନ ଧରି କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଓଡ଼ିଶା ଚୁକ୍ତି ଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ସଭାପତି ଶ୍ରୀ ମୋହନ ନାୟକ ଙ୍କ ନେତୃତ୍ବରେ ଚାଲିଥିବା ଦିବାରାତ୍ର ଧାରଣା ର ଆଜି ୩ୟ ଦିବସରେ ଆନ୍ଦୋଳନକାରୀ ଙ୍କ ଦ୍ଵାରା କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କର କୁଶପୁତ୍ତଳିକା ବିଭିନ୍ନ ସ୍ଲୋଗାନ ସହ ଦାହ କରାଯାଇଛି।
ସଂଘ ପକ୍ଷରୁ ଉପସ୍ଥାପିତ ନାର୍ଯ୍ୟ ଦାବି ପ୍ରତି ମାନନୀୟ ମେୟର ଦୃଷ୍ଟିପାତ ନ କରିବା, କୈାଣସି ଉଚିତ୍ ପଦକ୍ଷେପ ନ ନେବା କାରଣରୁ ଏହି କୁଶପୁତ୍ତଳିକା ଦାହ କରାଯାଇଛି। ସଭାପତି ଶ୍ରୀ ମୋହନ ନାୟକ ଙ୍କ ଆହ୍ବାନ ରେଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ରାଜ୍ୟ ସହ-ସମ୍ପାଦକ ରୀନା ନାୟକ, ସଦସ୍ୟ ଅନୁ ନାୟକ, ମୀନା ନାୟକ,ଟିକିନା ନାୟକ, ପୁଷ୍ପା ନାୟକ,କାକିନି ନାୟକ,ବଲି ନାୟକ, ରୋହିତ ନାୟକ,ଟିକିନା ଗୋଚ୍ଛାୟତ ଙ୍କ ସହ ଶତାଧିକ ପୁରୁଷ ଓ ମହିଳା ସଫେଇ କର୍ମଚାରୀ ଯୋଗଦେଇଥିଲେ।



