ସରସ୍ବତୀ ପଣ୍ଡା

ସେ ହସିଦେଲା
ବରଷା ଝରିଗଲା
ଶୋଷିନେଲା ମାଟିର ଓଠ
ତୃପ୍ତ ପଞ୍ଚପ୍ରାଣ
ବାସ୍ନାୟିତ ମନ
ଆଉ ବାସ୍ନାୟିତ ହୃଦୟର ତୁଠ।
ସେ କହିଦେଲା
ଭଲପାଏ ବୋଲି
ମିଳିଗଲା ସରଗର ସୁଖ
ବୟସର ଦାଗ
ଗଲାତ ଉଭେଇ
ଝଲସିଲା ପ୍ରିୟତମା ମୁଖ।
ସେ ଯାଚିଦେଲା
ଆଞ୍ଜୁଳେ ଶରଧା
ଭରିଗଲା ପ୍ରୀତିର ପଣତ
ଚମକି ଚାହିଁଲା
ମଥାର ଟିକିଲି
ପାହାଁନ୍ତି ସପନ ଏବେ ଲାଗେ ସତ ସତ।
ସେ ମାଗିନେଲା
ଦୁଃଖର ଅତୀତ
ସାତସିଆଁ ପଉଷର ଭେଟି
ଶ୍ରାବଣର ଦହଗଞ୍ଜ
ବୈଶାଖର ଲୁହ ସଞ୍ଜ
ଆଉ ଦରସିଝା ଉଦରର ତାତି।
ଶ୍ରୀରାମପୁର ,ମଙ୍ଗଳପୁର,ଯାଜପୁର



