
ନିହାର ପରିଡା(କେନ୍ଦ୍ରାପଡା):ଇନ୍ଦୁପରୁ କୃଷି ସମବାୟ ସମିତିରେ ଚାଷୀ ମାନେ ଭୋଟ ଦେଇ ଯେଉଁ ମାନଙ୍କୁ ନିର୍ବାଚିତ କରି ତାଙ୍କର ପ୍ରତିନିଧି କରାଇଥିଲେ । ସେହି ପ୍ରତିନିଧି ମାନେ ଚାଷିମାନଙ୍କ ଉପରେ ଦାଉ ସାଧୁଛନ୍ତି।ଆଉ ସମବାୟ ସମିତିର ସମ୍ପାଦକ ଓ ସଭାପତି ପ୍ରତିବାଦ କରିବାରୁ ତାଙ୍କୁ ଅତି କଦର୍ଯ୍ଯ ଭାଷାରେ ଗାଳି ଗୁଲଜ କରିବାକୁ ପଛାଉନାହାଁନ୍ତି କିଛି ନବ ନିର୍ବାଚିତ ଡାଇରେକ୍ଟର ।
ସେଥିରେବି ତାଙ୍କ ରାଗ ସାନ୍ତ ହୁଏ ନାହିଁ ସମ୍ପାଦକ ଓ ସଭାପତିଙ୍କ ନାମରେ ମିଥ୍ଯା ଅଭିଯୋଗ ଆଣି ଥାନାରେ ମାମଲା ରୁଜୁ କରାଯାଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଇନ୍ଦୁପୁର ଅଞ୍ଚଳର ଲୋକେ ମୁଖ୍ୟତଃ ଧାନଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସାଧାରଣ ଗରିବ ଚାଷୀଟିଏ ହାଡଭଙ୍ଗା ପରିଶ୍ରମ କରି ଧାନ ଅମଳ କରେ ଓ ସେଇ ଧାନକୁ ବିକ୍ରୀ ପାଇଁ ସରକାରଙ୍କ ତରଫରୁ ହୋଇଥିବା କୃଷି ସମବାୟ ସମିତି ରେ ନାମ ପଞିକରଣ କରି ଅମଳ ଧାନକୁ ନେଇ ବିକ୍ରି କରିବା ପାଇଁ କୃଷି ସମବାୟ ସମିତିରେ ରଖିଥାଏ ବିକ୍ରୟ ନିମନ୍ତେ ।
ଏଠି କିନ୍ତୁ ଓଲଟା ପରିଲିଖିତ ହୋଇଛି ଚାଷି , ସମବାୟ ସମିତି ସଂପାଦକ , ସମବାୟ ସମିତିର ସଭାପତି ଓ କିଛି ଡାଇରେକ୍ଟର ଚାଷି ମାନଙ୍କ ହିତରେ ଥିବାବେଳେ । ଆଉ କିଛି ଡାଇରେକ୍ଟର ଚାଷିଙ୍କୁ କରୁଛନ୍ତି ପାତର ଅନ୍ତର ନୀତିପାଇଁ ଇନ୍ଦୁପୁର କୃଷି ସମବାୟ ସମିତିରେ ଗରିବ ଚାଷୀଙ୍କୁ ଧାନକିଣାରେ ଶୋଷଣ କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି ।ସାଧାରଣ ଚାଷୀ ଟିଏ କିପରି ଠିକ ସମୟରେ ଠିକ୍ ଭାବରେ ଧାନମଣ୍ଡିରେ ବିକ୍ରି କରିପାରିବ ସରକାର ସେଥିପାଇଁ କୃଷି ସମବାୟ ସମିତିକୁ ୧୫ ଟି ଜୋନ ରେ ବିଭକ୍ତ କରି ନିର୍ବାଚିତ ଡାଇରେକ୍ଟର ଚୟନ କରିଛନ୍ତି ।
ଜଣେ ଚାଷୀ ଓ ଜଣେ ଡାଇରେକ୍ଟର ଧାନ ବିକ୍ରୀ ପାଇଁ ସମସ୍ୟା ହେବାରୁ ତାକୁ ବୁଝିବା ପାଇଁ ଯାଇ ସଂପାଦକ ଓ ସଭାପତି ପଚାରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସମ୍ପାଦକଙ୍କୁ ଧକ୍କାମାରି ବାହାରକୁ ବିଦା କରିଦେଇଥିଲେ ।ସମ୍ପାଦକ ଓ ସଭାପତି ସମିତିର କର୍ମଚାରୀ ୮ ରୁ ୧୦ ଜଣ ଡାଇରେକ୍ଟର ଓ ଜଣେ ସ୍ଥାନୀୟ ମୁରବୀ ଙ୍କୁ ନେଇ ଏକ ବୈଠକ କରାଯାଇ ଚାଷି ମାନଙ୍କ ସମସ୍ଯା କପରି ଦୂର କରିବାପାଇଁ ଚଳାଇଛନ୍ତି ପ୍ରୟାସ । ଦେଖିବାକୁ ବାକିରହିଲା ଚାଷି ମାନଙ୍କର ସମସ୍ଯା କେବେ ଦୂର ହେଉଛି।



