
ସଂଜୟ ଶତପଥୀ(କଟକ): ଆଜି କଟକ ନଗର କଂଗ୍ରେସ କମିଟି ପକ୍ଷରୁ କଟକ କଲେଜ ଛକ ସ୍ଥିତ ନଗର କଂଗ୍ରେସ କାର୍ଯ୍ୟାଳୟ ଠାରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁରେଶ ମହାପାତ୍ର ଙ୍କ ସଭାପତିତ୍ବରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ମହାପାତ୍ର ପ୍ରଧାନମନ୍ତ୍ରୀ ଓ ଆଦାନୀ ମହାମେଗା ସ୍କାମ୍ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲାଗି ଏହି ସମ୍ମିଳନୀର ଆୟୋଜନ କରାଯାଇଛି ବୋଲି ମତ ଦେଇଥିଲା ବେଳେ ବର୍ତ୍ତମାନ ର ପ୍ରଧାନମନ୍ତ୍ରୀଙ୍କ ଅତୁଟ ସମ୍ପର୍କ ଲାଗି ୨୦୧୪ ମସିହାରେ ଗୈାତମ ଆଦାନୀ ବିଶ୍ଵ ଧନୀ ତାଲିକାରେ ୬୦୯ ନମ୍ବର ରେ ଥିବା ବେଳେ ସଂପ୍ରତି ୨୦୨୨ ମସିହାରେ ୩ୟ ସ୍ଥାନରେ ପହଞ୍ଚିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସହାୟତାରେ ବନ୍ଦର, ଜାତୀୟ ରାଜପଥ, ବିମାନ ବନ୍ଦର, ସିମେଣ୍ଟ, ରେଳ,କଣ୍ଟେନର୍,ବିଦ୍ଯୂତ ଆବଣ୍ଟନ,ତାପଜ ଶକ୍ତି ବିଦ୍ଯୂତ ଉତ୍ପାଦନ, ପ୍ରଦ୍ୟୁଷଣ ମୁକ୍ତ ଶକ୍ତି ଉତ୍ପାଦନ, ସାମରିକ ଯନ୍ତ୍ରାଂଶ ଓ ଖାଦ୍ୟଦ୍ରବ୍ୟ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଦାନୀ ଗୃପ ପହଞ୍ଚିବା ସହ ସାରା ଭାରତର ଅର୍ଥନୈତିକ ବାଧକର ମୂଳ କାରଣ ପାଲଟିଛି। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ “ହମ୍ ଖାଊଁଗା ନା ଖାନେ ଦୁଗାଁ” ଆଜି ମିଥ୍ୟା ପ୍ରମାଣିତ ହୋଇଛି।
ଭାରତବର୍ଷର ସମ୍ପତ୍ତିକୁ ଲୁଟ୍ କରି ଅମୃତ କାଳ କହିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲେ।ଏହି ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ବିଶ୍ଵନାଥ ଶତପଥୀ, ସଂଯୋଜକ ଶ୍ରୀ ରାଜେନ୍ଦ୍ର ପଟ୍ଟନାୟକ,ଯୁବକଂଗ୍ରେସ ସଭାପତି ଶ୍ରୀ ମାନସ ନାୟକ,ଓ ଶ୍ରୀ ବରଦା ସାହୁଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।



