କଟକ ସୁରକ୍ଷା ଲାଗି ସୁଭାଷ ସଂଗଠନର” କୋଡ଼ି କୋଦାଳ ଅଭିଯାନ”….


ସଂଜୟ ଶତପଥୀ(କଟକ):ସଂପ୍ରତି କଟକ ସହରର ରାସ୍ତାଘାଟ ଶୋଚନୀୟ ହୋଇପଡିଛି। କଟକ ମହାନଗର ନିଗମ ‌ସ୍ବାସ୍ଥ୍ଯ ବିଭାଗର ରାସ୍ତା ସଫେଇ ଦିଗରେ ଅପାରଗତା ଚରମ ସୀମାରେ ପହଞ୍ଚିଛି, ଯାହାଫଳରେ କି କଟକ ସହରର ରାସ୍ତାଘାଟ ଉପରେ ବାଲି,ମାଟି ଓ ନର୍ଦ୍ଦମା ମାଟି ଜମା ହେବା ଫଳରେ ଜନସାଧାରଣଙ୍କ ଯାତାୟତରେ ଅସୁବିଧା ହେବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣା ଓ ଅସ୍ୱାସ୍ଥ୍ୟକର ପରିବେଶ ‌ସୃଷ୍ଟି ହୋଇଛି।

କେବଳ ନିୟୋଜିତ ଟ୍ରାଫିକ୍ ପୋଲିସ୍ କର୍ମଚାରୀ ଙ୍କର ଫଟୋଉଠା ଓ ଜୋରିମାନା ଆଦାୟ ପରିଲକ୍ଷିତ ହେଉଛି। ମାନନୀୟ ମେୟର ମହୋଦୟଙ୍କର ଇଉରୋପ କରିବାର ପରିକଳ୍ପନା କଳ୍ପନା ରେ ହିଁ ରହିଛି ବୋଲି ‌ଜନସାଧାରଣରେ ପ୍ରକାଶ ପାଇଥିଲା ବେଳେ ଏହି ପରିପ୍ରେକ୍ଷୀରେ କଟକ ର ଜଣାଶୁଣା ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ସୁଭାଷ ସଂଗଠନ ପକ୍ଷରୁ ଏହାକୁ ପ୍ରତିବାଦ କରି ଆବାହକ ଶ୍ରୀ ଜ୍ଞାନରଞ୍ଜନ ଦାସଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଏକ ଅଭିନବ ଢ଼ଙ୍ଗରେ କୋଡ଼ି, କୋଦାଳ ଓ କରେଇ ମୁଣ୍ଡରେ ଧରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ କଟକ ମଙ୍ଗଳାବାଗ ରିଙ୍ଗ ରୋଡ ରେ ଥୂବା ସୃଷ୍ଟି ହସ୍ପିଟାଲ ସମ୍ମୁଖରୁ ବାହାରି ବକ୍ସି ବଜାର ଛକ,ଦରଘାବଜାର ଓ ଚୈ।ଧୁରୀବଜାର ଦେଇ କଟକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

କଟକ ସହରର ରାସ୍ତାଘାଟ, ନାଳ ନର୍ଦ୍ଦମା ସଫା କରିବା ଦିଗରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ସଂଗଠନର ସଦସ୍ୟମାନେ ଦାବି କରିବା ସହ ଯଦି ‌ତୁରନ୍ତ ନ କରନ୍ତି ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ବିରାଟ ରୁପ ନେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି କଟକ କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ୟାପକ ପୋଲିସ୍ ମୂତୟନ କରାଯାଇଥୂଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶା ବଜେଟ୍‌ ୨୦୨୩-୨୪...

Fri Feb 24 , 2023
ବାସ୍ତବ ବ୍ୟୁରୋ:ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଦିନ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଆସନ୍ତୁ ଜାଣିବା କେଉଁ ବିଭାଗକୁ କେତେ ଟଙ୍କାର ବ୍ୟୟବରାଦ କରାଯାଇଛି । ସଡ଼କ, ପୋଲ, ରେଳପଥ ଆଦି ଭିତ୍ତିଭୂମି ପାଇଁ ୧୯୪୫୨ କୋଟି ଟଙ୍କା, ସହରାଞ୍ଚଳ ବିକାଶ ପାଇଁ ୭୯୧୪ କୋଟି ଟଙ୍କା ଓ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ […]

You May Like

Pin It on Pinterest