ହେ ଗଉରା କାହିଁ କାନ୍ଦୁଚୁ ପଚାରୁଥବା ପିଣ୍ଟୁ ନନ୍ଦ ଆଜି ସମସ୍ତଙ୍କ ଆଖିରେ ଲୁହ ହୋଇଗଲେ….

ସଂଜୟ ଶତପଥୀ(କଟକ) :ପୁଣି ଓଲିଉଡ ପାଇଁ ଏକ ଦୁଃଖଦ ଖବର,ଓଡିଆ କଳାଜଗତରେ ଆଉ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ଲୋକପ୍ରିୟ ଯୁବ ଅଭିନେତା ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ସେ ବୁଧବାର ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ପିଣ୍ଟୁଙ୍କର ରାତି ପ୍ରାୟ ୧୧ଟା ୨୫ ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ଲିଭର ନଷ୍ଟ ହୋଇଯାଇଥିବା କୁହାଯାଇଥିଲା। ଲିଭର ପ୍ରତିରୋପଣ ଆଶାରେ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା। କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କା ଆବଶ୍ୟକ ଥିବାରୁ ତାଙ୍କର ଚିକିତ୍ସା ବିଳମ୍ବିତ ହୋଇଥିଲା ।

ପିଣ୍ଟୁ ଏହି ରୋଗ ଡିରେକ୍ଟର ହେବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ।ଭୁବନେଶ୍ବରରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ଫେବ୍ରୁଆରି ୭ ତାରିଖରେ ପ୍ରଥମେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବାଇଲିଆରି ସାଇନ୍ସ (ଆଇଏଲବିଏସ୍)କୁ ନିଆଯାଇଥିଲା। କିନ୍ତୁ ସେଠାରେ ଲିଭର ଦାତା ନ ମିଳିବାରୁ ସେଠାରୁ ତାଙ୍କୁ ହାଇଦ୍ରାବାଦ ଅଣାଯାଇଥିଲା। ଓଲିଉଡ୍‌ର ଅନେକ କଳାକାର ତାଙ୍କୁ ସହାୟତା ଦେବା ପାଇଁ ଆଗକୁ ଆସିଥିଲେ ବି ମିଳିଥିବା ସହାୟତା ରାଶି ପର୍ଯ୍ୟାପ୍ତ ନଥିଲା। ପିଣ୍ଟୁ ନନ୍ଦଙ୍କର ପତ୍ନୀ ଓ ଦୁଇ ପୁଅ ଅଛନ୍ତି।
ଏହି ଦୁଃଖଦ ଖବର ପ୍ରଥମେ ଟୁଇଟ୍ ଯୋଗେ ଅଭିନେତା ତଥା ପିଣ୍ଟୁଙ୍କର ନିକଟତମ ବନ୍ଧୁ ଶ୍ରୀତମ ଦାସ ଦେଇଥିଲେ ।

ଏ ଗଉରା କାଇଁ କାନ୍ଦୁଚୁ ଆଲବମରେ ଅଭିନୟ କରି ଓଡ଼ିଶାର ଘରେ ଘରେ ଲୋକପ୍ରିୟତା ଅର୍ଜନ କରିଥିବା ପିଣ୍ଟୁ, କୋଇଲି ଚଳଚ୍ଚିତ୍ର ଜରିଆରେ ଓଲିଉଡରେ ପାଦ ଦେଇଥିବା ପିଣ୍ଟୁ ନନ୍ଦ ରଙ୍ଗ ନମ୍ବର, ପ୍ରେମ ଋତୁ ଆସିଲାରେ, ଦୋସ୍ତି, ହାତ ଧରି ଚାଲୁ ଥା ଭଳି ଅନେକ ଚଳଚ୍ଚିତ୍ରରେ ସଫଳତାର ସହ ଅଭିନୟ କରିଥିଲେ। ତାଙ୍କର ଏପରି ବିୟୋଗକୁ ସହଜରେ ଗ୍ରହଣ କରି ପାରୁନାହାଁନି ଓଡ଼ିଆ ଚଳଚ୍ଚିତ୍ର ଜଗତ ।ସମସ୍ତ କଳାକାର ଆଖିରେ ଲୁହ ଦେଇ ଶେଷ ନିଦ୍ରାରେ ଶୋଇଗଲେ ପିଣ୍ଟୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

‘ଜେଏନ୍‌ୟୁ’ର ପରିସରରେ ଧାରଣା ଦେଲେ ୨୦, ୦୦୦ ଟଙ୍କା ଜରିମାନା, ହିଂସାକାଣ୍ଡ କଲେ ଆଡ୍‌ମିସନ୍‌ ରଦ୍ଦ...

Thu Mar 2 , 2023
ବାସ୍ତବ ବ୍ୟୁରୋ: ନୂଆଦିଲ୍ଲୀର ‘ଜେଏନ୍‌ୟୁ’ ବିଶ୍ବବିଦ୍ୟାଳୟ ପରିସରରେ ଧାରଣା ଦେଲେ ଶିକ୍ଷାର୍ଥୀମାନେ ୨୦,୦୦୦ ଟଙ୍କା ଜରିମାନା ଏବଂ ହିଂସାକାଣ୍ଡ ଭିଆଇଲେ ଆଡ୍‌ମିସନ୍‌ ରଦ୍ଦ ଅଥବା ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନେ ଦେବେ ବୋଲି ନୂତନ ଗାଇଡଲାଇନରେ ‘ଜବାହର୍‌ଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟ’ ଉଲ୍ଲେଖ କରିଛି।  ‘ଜେଏନ୍‌ୟୁ ଶିକ୍ଷାର୍ଥୀମାନଙ୍କ ପାଇଁ ଶୃଙ୍ଖଳା ନିମୟ ଓ ଶିଷ୍ଟ ଆଚରଣ’ରେ ପ୍ରତିବାଦ ଏବଂ ଜାଲିଆତି ଭଳି ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଦଣ୍ଡବିଧାନ […]

You May Like

Pin It on Pinterest