ଭିଜିଲାନ୍ସ ଜାଲରେ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଜେନା…

ପ୍ରମୋଦ ନାୟକ(ଭୁବନେଶ୍ବର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଛି। ଏହାଛଡ଼ା କେନ୍ଦୁଝରର ୭ଟି ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।
ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ୧୦ଜଣ ଡିଏସପି, ୭ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ଉ କରାଯାଉଛି।
ଭୁବନେଶ୍ୱରରେ ତାଙ୍କର ପାଞ୍ଚଟି ସ୍ଥାନ, କେନ୍ଦୁଝରର ସିରିସପାଲିରେ ଥିବା ପୈତୃକ ଘର, ଘଷିପୁରାର ଗହ୍ମାରିଆରେ ଥିବା ଦୁଇମହଲା କୋଠା ଏବଂ ଜିଲ୍ଲାର ଅନ୍ୟ ୫ଟି ଜାଗାରେ ଏହି ଚଢ଼ଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡେରାବିଶ ବ୍ଲକ୍ ଚାନ୍ଦୋଳ ପଞ୍ଚାୟତ ନହଣଶାସନରେ, ଶ୍ରୀରାମ ଚରିତ ମାନସ ଓ ନବାର୍ଣ୍ଣ ପରାୟଣ ମହାଯଜ୍ଞ ଅନୁଷ୍ଠିତ....

Fri Mar 3 , 2023
ଜୟନ୍ତ ଶତପଥୀ(ଡେରାବିଶ):କେନ୍ଦ୍ରାପଡ଼ାର ଡେରାବିଶ ବ୍ଲକସ୍ଥ, ଚାନ୍ଦୋଳ ପଞ୍ଚାୟତ ଅନ୍ତର୍ଗତ ନହଣଶାସନ ଠାରେ, ଶ୍ରୀ ଶ୍ରୀ ରଘୁନାଥ ଓ ଶ୍ରୀ ଶ୍ରୀ ଲକ୍ଷେଶ୍ୱରଙ୍କ କୃପା ଅବଲମ୍ବନ କରି ଶ୍ରୀ ଲକ୍ଷେଶ୍ୱର କୃପାପରିଷଦ ୩୧ତମ ଶ୍ରୀରାମ ଚରିତ ମାନସ ନବାର୍ଣ୍ଣ ପାରାୟଣ ମହାଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ଫ୍ରେବୁଆରି ୨୧ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଲକ୍ଷେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟସୂଚୀ ଅନୁଯାୟୀ […]

You May Like

Pin It on Pinterest