ଚାନ୍ଦବାଲି:ମତୋରେ ଦୁଇଶହ ବାଇଶି ବର୍ଷର ଐତିହାସିକ ଦେଶ ମେଳଣ ଅନୁଷ୍ଠିତ …

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଆସିଛି ଫଗୁଣ ,ତା ସହ ଆସିଛି ରଙ୍ଗର ପର୍ବ ହୋଲି।ଆଉ ସେହି ହୋଲି ରଙ୍ଗରେ ରଙ୍ଗିନ ହେବାକୁ ଧରାବତରଣ କରିଛନ୍ତି ରାଧାକୃଷ୍ଣ । ହୋଲି ଖେଳିବା ପାଇଁ ମେଳଣ ପଡିଆରେ ଏକାଠି ହୋଇଛନ୍ତି ଭକ୍ତ ଆଉ ଭଗବାନ । ଚାନ୍ଦବାଲି ବ୍ଲକର ମତୋ ମେଳଣ ହେଉଛି ଐତିହାସିକ ଦେଶ ମେଳଣ ।୧୮୦୧ ମସିହାରୁ କନିକା ରାଜାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମେଳଣ ଏବେ ଦୁଇଶହ ବାଇଶି ବର୍ଷରେ ପାଦ ଥାପିଛି ।

ଆଖପାଖ ୨୦ରୁ ଉର୍ଦ୍ଧ୍ବ ପଂଚାୟତରୁ ୧୫୦ରୁ ଅଧିକ ସୁ-ସଜ୍ଜିତ ବିମାନରେ ବାଜା, ବାଣ,ରୋଷଣୀ,ଡିଜେର ତାଳେ ତାଳେ ଶ୍ରୀଜୀଉମାନେ ମେଳଣ ପଡ଼ିଆକୁ ପ୍ରବେଶ କରିଥିଲେ । ଶ୍ରୀଜୀଉ ଙ୍କୁ ଦେଖିବା ପାଇଁ ହଜାର ହଜାର ଭକ୍ତ ଭିଡ଼ ଜମାଇ ଥିଲେ । ସମସ୍ତ ବିମାନ ମେଳଣ ପଡ଼ିଆରେ ପହଞ୍ଚିବା ପରେ ଭକ୍ତଙ୍କ ଦ୍ଵାରା ଆରମ୍ଭ ହୋଇଥିଲା ଅବିର ପର୍ବ । ଅବିର ପକାଇ ଭଗବାନଙ୍କ ସହ ହୋଲି ଖେଳିଥିଲେ ଭକ୍ତ।

ଏହି ମେଳଣ କମିଟି ତରଫରୁ ଶ୍ରୀଜୀଉ ମାନଙ୍କ ସମସ୍ତ ନୀତିକାନ୍ତି ସଠିକ ଭାବରେ କରାଯାଇଛି ବୋଲି ସଭାପତି ଉମାକାନ୍ତ ସାମଲ କହିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଚାନ୍ଦବାଲି ଆଇ ଆଇ ସି ମୃତୁଞ୍ଜୟ ପ୍ରଧାନ ଓ ଏସ ଡି ପି ଓ ଦେବୀ ଶଙ୍କର ପ୍ରତାପଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ କରାଯିବା ସହ ବି.ଏସ.ଆଇଟି ର ସମସ୍ତ ଛାତ୍ରଛାତ୍ରୀ ମାନେ ଜଳଛତ୍ର ମାଧ୍ୟମରେ ଭକ୍ତ ମାନଙ୍କୁ ଦହିପଣାର ସୁବ୍ୟବସ୍ଥା କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ...

Thu Mar 9 , 2023
ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ସକାଳେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ସେ ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ତାଙ୍କ ପୋଷ୍ଟମର୍ଟମ ଦିଲ୍ଲୀର ଡିନ୍ ଡାୟାଲ୍ ହସ୍ପିଟାଲରେ କରାଯିବ। ବର୍ତ୍ତମାନ ତାଙ୍କ ମୃତଦେହକୁ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ପୋଷ୍ଟମର୍ଟମ ପରେ ତାଙ୍କ ମୃତଦେହ ମୁମ୍ବାଇକୁ ନିଆଯିବ। ସେ ଏକାଧାରରେ […]

You May Like

Pin It on Pinterest