ଚାନ୍ଦବାଲି ତଳବନ୍ଧରେ ୨ୟ ବାର୍ଷିକ ମହାବୀର ଭଲିବଲ ଟୁର୍ଣ୍ଣାମେଟ….

ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୨୩/୦୩/୨୦୨୩।:-ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ଗ୍ରାମପଞ୍ଚାୟତ ତଳବନ୍ଧରେ ଦ୍ୱିତୀୟ ବର୍ଷିକ ମହାବୀର ଭଲିବଲ ଟୁର୍ଣ୍ଣାମେଟ ଉଦଯାପିତ ହୋଇ ଯାଇଛି । ଆଠଟି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଉକ୍ତ ଦିବାରାତ୍ରି ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାକୁ ଶିକ୍ଷକ ସାଧୁ ଚରଣ ନାୟକ ଉଦଘାଟନ କରିଥିଲେ । ସରପଞ୍ଚ ଜିତେନ୍ଦ୍ର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଆଠଟି ଦଳ ମଧ୍ୟରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଟରେ ବାଲେଶ୍ବରକୁ ହରାଇ ଚାନ୍ଦବାଲି ଟିମ ଚମ୍ପିୟାନ ହୋଇଥିଲା । ଶିକ୍ଷକ ସାଧୁ ଚରଣ ନାୟକ ବିଜେତା ଦଳକୁ ଟ୍ରଫି ସହିତ ପାଞ୍ଚ ହଜାର ଟଙ୍କା ଏବଂ ରନରସପ ଦଳକୁ ମହାବୀର କ୍ଲବର ସଭାପତି ସୂର୍ଯ୍ୟମଣି ବଳ ଟ୍ରଫି ସହିତ ତିନିହାଜର ଟଙ୍କା ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳ କ୍ରୀଡାକୁ ଦିଗଦର୍ଶନ ଦେଉଥିବା ପ୍ରଭାତ ନାୟକ କମେଟ୍ରି କରି ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ମହାବୀର କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ କୁ ସଜାଇବାର ପରିକଳ୍ପନାରେ କଟକ ମହାନଗର ନିଗମ କମିଶନର ଶ୍ରୀ ନିଖିଲ୍ ପବନ କଲ୍ୟାଣ...

Thu Mar 23 , 2023
ସଂଜୟ ଶତପଥୀ(କଟକ): କଟକ ମହାନଗର ନିଗମ ର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା ବେଳେ କଟକ ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳ ମାନଙ୍କୁ ସୈ।ନ୍ଦର୍ଯୀ କରଣ କରିବା ପରିକଳ୍ପନା ନେଇ ଅଣ୍ଟା ଭିଡିଛନ୍ତି କଟକ ମହାନଗର ନିଗମ କମିଶନର ଶ୍ରୀ ନିଖିଲ୍ ପବନ କଲ୍ୟାଣ, ଯିଏକି ଜଣେ ଯୁବ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ। ନିକଟରେ କଟକ ମହାନଗର ନିଗମର ଆୟୁକ୍ତ/କମିଶନର ଭାବେ ଦାୟିତ୍ଵ ଗ୍ରହଣ […]

You May Like

Pin It on Pinterest