
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):-ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତରେ ଗଣନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୫ ଟି ଯୋଜନାରେ ସାମଲି ହୋଇଛି । ବିଦ୍ୟାଳୟ ପରିସରରେ ବିକାଶ ମୂଳକ କାର୍ଯ୍ୟପାଇଁ ଆରମ୍ଭ ହୋଇଛି ମାଟି ଫିଲିଙ୍ଗ । ଏହି ମାଟି ପିଲିଙ୍ଗକୁ ନେଇ ଗୋଟିଏ ପକ୍ଷ ମନରେଗାରେ କାର୍ଯ୍ୟରେ ମେସିନ ବ୍ୟବହାର ହୋଇ ମାଟି ଫଲିଙ୍ଗ କରାଯାଉଛି ବୋଲି ଅଭିଯୋଗ ହୋଇଥିବା ବେଳେ ପ୍ରତିପକ୍ଷ ପକ୍ଷରୁ ମାଧ୍ୟରେ (ଏସଏଫସି- ) ଯୋଜନାରେ କାର୍ଯ୍ୟ କରାଯାଉଛି ଏବଂ ମନେରେଗାରେ କାର୍ଯ୍ୟ କରାଯାଉନାହିଁ ବୋଲି ପାଲଟା ଅଭିଯୋଗ ହୋଇଛି ।
ଏହି ମାଟି ଫିଲିଙ୍ଗ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ଆରୋପ ଓ ପ୍ରତ୍ୟରୋପ ଆରମ୍ଭ ହୋଇଥିବା ବଳେ ଘଟଣା ସ୍ଥଳକୁ ବିଭାଗୀୟ ଜେଇ ଆସୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହା କେଉଁ ଯେଜନାରେ କାର୍ଯ୍ୟ ଆରମ୍ଭ ହୋଇଛି ତାହାକୁ ନେଇ ସଂଦେହ ବଢ଼ିବାରେ ଲାଗିଛି । ଅନ୍ୟ ପଟେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସ୍କୁଲ ବିକାଶ ମୂଳକ କାର୍ଯ୍ୟରେ ଉଭୟ ପକ୍ଷ ସହଯୋଗ କରି କିପରି ବିଦ୍ୟାଳୟ ର ଉନ୍ନତି କରାଯାଇ ପାରିବ ଆମ ପିଲାମାନେ ଭଲ ପାଠ ପଢିବେ ସେନେଇ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।



