କଟକର ଅନ୍ୟତମ ସମାଜସେବୀ ଅନୁଷ୍ଠାନ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ହିନ୍ଦୁ ନବବର୍ଷ‌ ପାଳିତ…

ସଂଜୟ ଶତପଥୀ(କଟକ): ଚୈତ୍ର ମାସ ଶୁକ୍ଳପକ୍ଷ ପ୍ରତିପଦ। କଟକର ଅନ୍ୟତମ ସମାଜସେବୀ ଅନୁଷ୍ଠାନ ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ପକ୍ଷରୁ ସ‍ଂସଦର ମୂଖ୍ୟ ସମାଜସେବୀ ଶ୍ରୀ ମନୋଜ କୁମାର ଶର୍ମାଙ୍କ ନେତୃତ୍ବରେ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ମେରିଆବଜାରରୁ ବାହାରି ବାଦାମବାଡ଼ି ରେ ପହଞ୍ଚିବା ପରେ ଅନ୍ୟ ସାମାଜିକ ଅନୁଷ୍ଠାନ ଯଥା ହିନ୍ଦୁ ସେନା, ମହାବୀର ସେନା ଓ ଅନ୍ୟାନ୍ୟ ହିନ୍ଦୁ ଧର୍ମାବଲମ୍ବୀ ଅନୁଷ୍ଠାନ ମାନେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି କଟକ ମଙ୍ଗଳାବାଗ ସ୍ଥିତ ଭାରତୀୟ ଜୀବନ ବୀମା କାର୍ଯ୍ୟାଳୟ ସମ୍ମୁଖରେ ଥିବା ପଡ଼ିଆରେ ଏକତ୍ରିତ ହୋଇ ମହାସମାରୋହରେ ହିନ୍ଦୁ ନବବର୍ଷ କୁ ସ୍ଵାଗତ କରିବା ସହ ଆନନ୍ଦ ଉଲ୍ଲାସର ସହ ଏହି ଶୁଭ ଦିନକୁ ପାଳନ କରିବା ସହ କଟକ ସହରବାସୀଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ।

ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦର ମୂଖ୍ୟ ଶ୍ରୀ ଶର୍ମାଙ୍କ ସହ ନାରୀନେତ୍ରୀ ଶ୍ରୀ ପୁଷ୍ପିତା ମହାପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆରଡି ବୈତରଣୀ ଓ ସାଳନ୍ଦୀନଦୀର ତିନିତରଘାଟରେ ୨ଟି ଡଙ୍ଗା ମଧ୍ଯରେ ଦୂର୍ଘଟଣା, ଭରାନଦୀକୁ ଖସିପଡିଲେ ୨ଜଣ....

Fri Mar 24 , 2023
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୪/୦୩/୨୦୨୩।ଆରଡି ବୈତରଣୀ ଓ ସାଳନ୍ଦୀନଦୀର ତିନିତରଘାଟରେ ୨ଟି ଡଙ୍ଗା ମଧ୍ଯରେ ଦୂର୍ଘଟଣା। ନଦିରେ ଏବେ ଜୁଆରପାଣି ପ୍ରବାହିତ ହେଉଥିବାରୁ ଭରାନଦୀକୁ ଖସିପଡିଲେ ୨ଜଣ,ଜଣେ ଛୋଟ ପିଲା ଥିବା ସୂଚନା।ଚାଳକଙ୍କ କୌଶଳ ଯୋଗୁ ୨ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି। ଦୂର୍ଘଟଣା ଡଙ୍ଗାରେ ୧୫ଜଣ ଯାତ୍ରୀଙ୍କ ସହ ୫ଟି ୨ଚକିଆ ଗାଡି ଥବା କହିଛନ୍ତି ପର୍ତକ୍ଷଦର୍ଶୀ।ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ ଚାନ୍ଦବାଲି ଠାରୁ ଆରଡି ଅଭିମୁଖେ ଯାତ୍ରୀବାହୀ ମଟର […]

You May Like

Pin It on Pinterest