ଅଶୋକାଷ୍ଟମୀରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି…

ବାସ୍ତବ ବ୍ୟୁରୋ: ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲା ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। ଆଜି (ସୋମବାର) କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ ଏହି ଘୋଷଣା କରାଯାଇଛି।

ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି।

ଅଶୋକାଷ୍ଟମୀ ଅବସରରେ ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥ ଅନୁଷ୍ଠିତ ହେବ। ସେଦିନ ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ଯିବେ। ଦୁଇ ତାରିଖରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିଷ୍ପତ୍ତି ଅନୁସାରେ ୨୯ ତାରିଖ ସକାଳ ୫ଟାରେ ମଙ୍ଗଳ ଆଳତି କରାଯିବ। ଦିନ ପ୍ରାୟ ସାଢ଼େ ଗୋଟାଏରେ ଶ୍ରୀଲିଙ୍ଗରାଜଙ୍କୁ ରଥାରୂଢ଼ କରାଯିବ। ତା’ପରେ ମହାପ୍ରଭୁଙ୍କ ରଥକୁ ରାମେଶ୍ୱର ମନ୍ଦିରକୁ ଟାଣି ନେବେ ଶ୍ରଦ୍ଧାଳୁ।

ପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତ ଆସିବେ। ସେଥିପାଇଁ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ବିଶେଷକରି ରାଜଧାନୀରେ ହେବାକୁ ଥିବା ଟ୍ରାଫିକ୍‌ ସମସ୍ୟା ପ୍ରତି ଧ୍ୟାନ ଦିଆଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସରକାରୀ ବାସଭବନ ଖାଲି କରିବାକୁ ରାହୁଲ ଗାନ୍ଧିଙ୍କୁ ନୋଟିସ୍...

Mon Mar 27 , 2023
ବାସ୍ତବ ବ୍ୟୁରୋ: ଏମପି ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଏକ ଝଟ୍‌କା। ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ନୋଟିସ୍‌। ଏକ ମାସ ମଧ୍ୟରେ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ ଲେନ୍‌ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି। ୨୦୦୪ରୁ […]

You May Like

Pin It on Pinterest