ରାମନବମୀ ଶୋଭାଯାତ୍ରାକୁ ନେଇ ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ପଥରମାଡ଼…

ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ରାମନବମୀ ଅବସରରେ ମହାରାଷ୍ଟ୍ର, ଗୁଜୁରାଟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଥିବା ସୂଚନା ମିଳିଛି ।

ଗୁଜରାଟର ଭଦୋଦରାର ଦୁଇଟି ସ୍ଥାନରେ ରାମ ନବମୀ ଶୋଭା ଯାତ୍ରା ସମୟରେ ପ୍ରବଳ ହଙ୍ଗାମା ହୋଇଥିଲା । ସହରରେ ରାମନବମୀ ଶୋଭାଯାତ୍ରା ଯାଉଥିବା ସମୟରେ ପଥର ମାଡ଼ ହୋଇଥିଲା, ଯାହାକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ପରିସ୍ଥିତି ଏବେ ନିୟନ୍ତ୍ରଣକୁ ଆସିଛି ଏବଂ ବର୍ତ୍ତମାନ ପାଇଁ ଏଠାରେ ଶାନ୍ତି ବଜାୟ ରହିଛି ବୋଲି ପୁଲିସ କହିଛି । ଅନ୍ୟ ଏକ ସ୍ଥାନ ଫତେପୁରରେ ମଧ୍ୟ ସଂଘର୍ଷ ହୋଇଥିବା କୁହାଯାଉଛି

ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ ସମାନ ଖବର ଆସିଛି । ହାଓ୍ବଡ଼ାର ଶିବପୁରୀରେ ରାମ ନବମୀ ଶୋଭାଯାତ୍ରା ଯାଉଥିବାବେଳେ ତାଉପରକୁ କିଛି ଲୋକ ପଥର ଫିଙ୍ଗିଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଉତ୍ୟକ୍ତ ଲୋକେ ରାସ୍ତାରେ ଥିବା ଗାଡ଼ି ଜଳାପୋଡ଼ା କରିଥିଲେ ।

ଅନୁରୂପକ ଘଟଣା ମହାରାଷ୍ଟ୍ରରରେ ମଧ୍ୟ ଦେଖିବାକୁ ମିଳିଥିଲା । ଅପରାହ୍ନରେ ମହାରାଷ୍ଟ୍ରର ସମ୍ଭାଜୀନଗରରେ ମଧ୍ୟ ରାମନବମୀକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଲୋକମାନେ ପରସ୍ପର ଉପରକୁ ପଥରମାଡ଼ କରିବା ସହ ଅନେକ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏହି ଆକ୍ରମଣରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କ ସମେତ ୫ ରୁ ୬ ଜଣ ଆହତ ହୋଇଛନ୍ତି।

ଏହା ପୂର୍ବରୁ ଗତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ତେବେ ଗୁରୁବାର ସକାଳେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ସହ ଲୋକଙ୍କୁ ସଂଯମ ରହିବାକୁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା….

Fri Mar 31 , 2023
ନବୀନ ଦାସ(ବରଗଡ): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟାମ୍ପରସରା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ଭୋଇ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଶିକ୍ଷକ ମନୋହର ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ବକ୍ତା ଲରମ୍ଭା ମହା ବିଦ୍ୟାଳୟ ର ଅଧ୍ୟାପକ ଅଜିତ୍ କୁମାର ନାଥ ଆତିଥ୍ୟ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ସମ୍ମାନୀତ ଅତିଥି […]

You May Like

Pin It on Pinterest