ଫିନଲ୍ୟାଣ୍ଡ ନାଟୋର ନୂଆ ସଦସ୍ୟ….

ବାସ୍ତବ ବ୍ୟୁରୋ: ଫିନଲ୍ୟାଣ୍ଡ ହେଲା ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ) ର ଏକ ନୂଆ ସଦସ୍ୟ । ଫିନଲ୍ୟାଣ୍ଡ ହେଉଛି ୩୧ ତମ ଦେଶ ଯିଏକି ଏହି ମିଲିଟାରୀ ଆଲିଆନ୍ସରେ ସାମିଲ ହୋଇଛି । ନାଟୋ ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲେନବର୍ଗ ଆଜି (ମଙ୍ଗଳବାର) ଘୋଷଣା କରିଛନ୍ତି ଯେ ଫିନଲ୍ୟାଣ୍ଡ ବର୍ତ୍ତମାନ ନାଟୋର ସଦସ୍ୟ ହୋଇଛି।

ଅନ୍ୟପକ୍ଷରେ ରୁଷ ନାଟୋର ସମ୍ପ୍ରସାରଣକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। କ୍ରେମଲିନ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି – ନାଟୋରେ ଫିନଲ୍ୟାଣ୍ଡର ଅନ୍ତର୍ଭୁକ୍ତ ହେବା ରୁଷର ସୁରକ୍ଷା ଉପରେ ଆକ୍ରମଣ। ଆମେ ଏହାର ମୁକାବିଲା କରିବୁ ।

ନାଟୋର ମୁଖ୍ୟାଳୟ ବ୍ରୁସେଲ୍ସରେ ଅଛି । ମିଳିଥିବା ସୂଚନାନୁଯାୟୀ, ଖୁବ୍ ଶୀଘ୍ର ସ୍ୱିଡେନ ମଧ୍ୟ ନାଟୋର ଏକ ସଦସ୍ୟ ହେବ । ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଷ୍ଟୋଲେନବର୍ଗ କହିଛନ୍ତି – ଏହି ସପ୍ତାହ ଆମ ପାଇଁ ଐତିହାସିକ ହେବାକୁ ଯାଉଛି। ନାଟୋ ଦେଶଗୁଡିକ ଗୋଟିଏ ପ୍ଲାଟଫର୍ମରେ ଆସୁଛନ୍ତି । ଫିନଲ୍ୟାଣ୍ଡ ଆମର ନାଟୋ ପରିବାରର ଏକ ନୂତନ ସଦସ୍ୟ ହୋଇପାରିଛି । ଖୁବ୍ ଶୀଘ୍ର ସ୍ୱିଡେନ ମଧ୍ୟ ଏହାର ଏକ ଅଂଶ ହେବ ।

ଷ୍ଟୋଲେନବର୍ଗ ହେଉଛନ୍ତି ନରୱେର ପୂର୍ବତନ ପ୍ରଧାନମନ୍ତ୍ରୀ। ସେ କହିଛନ୍ତି- ପ୍ରଥମ ଥର ପାଇଁ ନାଟୋ ମୁଖ୍ୟାଳୟରେ ଫିନଲ୍ୟାଣ୍ଡର ପତାକା ଉତ୍ତୋଳନ କରାଯାଇଛି । ବର୍ତ୍ତମାନ ଏହାର ସୁରକ୍ଷା ଦାଇତ୍ୱ ନାଟୋ ଦେଶଗୁଡ଼ିକର ହେବ। ଫିନଲ୍ୟାଣ୍ଡର ରାଷ୍ଟ୍ରପତି ସାଉଲି ନିନିଷ୍ଟୋ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଆଣ୍ଟି କାଇକୋନେନ ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ।

ଫିନଲ୍ୟାଣ୍ଡକୁ ନାଟୋର ସଦସ୍ୟ ହେବା ନେଇ ରୁଷ ବିରୋଧ କରିଛି। ରୁଷର ଉପମୁଖ୍ୟମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଗ୍ରୁସ୍କୋ କହିଛନ୍ତି – ନାଟୋର ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖାଯାଉଛି। ଆମେ ମଧ୍ୟ ଆମର ସୁରକ୍ଷା ସର୍କଲ୍ ବୃଦ୍ଧି କରିବାକୁ ଯାଉଛୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କେମିତି ଚାଲିଛି ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଧନେଶ୍ଵର ବେହେରା ହତ୍ୟା ମାମଲାରେ ନ୍ୟାୟ ମିଳିବ ତ !

Tue Apr 4 , 2023
ସଂଜୟ ଶତପଥୀ(କଟକ): ଓଡ଼ିଶା ସରକାରଙ୍କ ଗୃହ ବିଭାଗ ସାରା ଭାରତରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଓ ଓଡ଼ିଶାରେ କାର୍ଯ୍ୟ କରୁଥିବା ଓଡିଶା ରାଜ୍ୟ ପୋଲିସ୍ ବିଭାଗ ସୁଦକ୍ଷ ବୋଲି ଓଡ଼ିଶା ସରକାର ଡିଣ୍ଡିମ ପିଟୁଥିବା ବେଳେ ଗୃହ ବିଭାଗ ର ସ୍ବଚ୍ଛତା ଓ ଓଡ଼ିଶା ପୋଲିସ ବିଭାଗର‌ ଦକ୍ଷତା ର ଜ୍ଵଳନ୍ତ ଉଦାହରଣ ଦିଏ କଟକ ଜିଲ୍ଲା ଗତିରାଉତ ପାଟଣା ର ଯୁବକ ଧନେଶ୍ଵର ବେହେରାଙ୍କ ହତ୍ୟାକାଣ୍ଡ। ଖବର […]

You May Like

Pin It on Pinterest