କଟକରେ ବିଜେପିର ନମାମୀ ଗଙ୍ଗେ(ନଦୀ ପୂଜନ) ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ…

ସଂଜୟ ଶତପଥୀ(କଟକ): ବିଜେପି ପ୍ରତିଷ୍ଠା ଦିବସ ତଥା ସେବା ସପ୍ତାହ ପାଳନ ଅବସରରେ ଆଜି ଅପ୍ରେଲ ୯ତାରିଖରେ ସକାଳ ୮ଟା ସମୟରେ ଗଡ଼ଗଡିଆ ଘାଟଠାରେ କଟକ ନଗର ବିଜେପିର ନମାମୀ ଗଙ୍ଗେ(ନଦୀ ପୂଜନ) ଓ ସ୍ଵଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ, ନମାମୀ ଗଙ୍ଗେ ରାଜ୍ୟ ସଭାପତି ମହେଶ୍ୱର ସାହୁ, ସହ ସଂଯୋଜକ ଅଶୋକ ରଥ, ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ଲେଙ୍କା, ସହ ସଂଯୋଜକ ସଞ୍ଜୀବ ରଣା, ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ନଳିନୀ ରାୟ, ନଗର ସଂଯୋଜକ କାମାକ୍ଷା ପ୍ରସାଦ ମିଶ୍ର,କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦୀପ୍ତି ରଞ୍ଜନ ଜେନା,ତାରାପ୍ରସାଦ ମହାନ୍ତି,ଭାଗିରଥି ଦଳେଇ, ପ୍ରବୀଣା ମହାପାତ୍ର,ନିତାଇ ଚରଣ ନନ୍ଦ,ହରିହର ବେହେରା,ରତନ ମହାନ୍ତି, ସୁବାଷ ମହାନ୍ତି,ସତ୍ୟ ଦାସ,ଶରତ ଭୋଳ, ସଂଗ୍ରାମ ସିଂ ,ରମେଶ ପ୍ରଧାନ,ଦୀପ୍ତି ରଞ୍ଜନ ପଣ୍ଡା ,ଚିତ୍ତ ରଞ୍ଜନ ଦାସ,ଅନୁପମ ଦାସ,ସଦାନନ୍ଦ ବିଶ୍ୱାଳ, ଦିଲ୍ଲୀପ ସାହୁ, ପ୍ରଶାନ୍ତ ନାୟକ , ରାଜନନ୍ଦିନୀ, ସୁମିତ୍ରା ସାମଲ,ଶ୍ରୀନିବାସ ରେଡି, ପ୍ରଶାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ମହାନଦୀ ମାତାଙ୍କୁ ପ୍ରଣାମ କରି କାର୍ଯ୍ୟକର୍ତ୍ତା ମାନେ ମହାନଦୀ କୁଳରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରିଥିଲେ। ପରେ ଗଡ଼ଗଡିଆ ମଣ୍ଡପରେ ବୈଠକରେ ମୁଖ୍ୟ ଅତିଥି ଶ୍ରୀ ସାହୁ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ମହାନଦୀ ସମେତ ଓଡିଶାର ସମସ୍ତ ନଦୀର ସୁରକ୍ଷା କରିବାକୁ ରାଜ୍ୟ ସରକାର ଙ୍କ ପାଖରେ ଦୃଢ଼ ଦାବୀ ରଖିବାକୁ ସଭିଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ନଗର ସଭାପତି ଶ୍ରୀ ବଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଦେଶର ସ୍ୱାର୍ଥ ପାଇଁ ଚାଷରେ ଅପମିଶ୍ରଣ ତଥା ରାସାୟନିକ ସାର ଆଦି ପ୍ରୟୋଗ ବଦଳରେ ଜୈବିକ ଚାଷ କୁ ଉତ୍ସାହିତ କରିବାକୁ ଏବଂ ଦୈନିକ ଖାଦ୍ୟରେ ମାଣ୍ଡିଆର ଉପଯୋଗ କରିବା ସହିତ ପ୍ରଚାର ପ୍ରସାର କରିବାକୁ ସଭିଙ୍କୁ ନିବେଦନ କରିଥିଲେ।

ସେୟାର କରନ୍ତୁ

Next Post

ଚଳିତ ବର୍ଷ ନିଅଣ୍ଟିଆ ମୌସୁମୀ : ସ୍କାଏମେଟ୍

Mon Apr 10 , 2023
ବାସ୍ତବ ବ୍ୟୁରୋ: ଚଳିତ ବର୍ଷ ମୌସୁମୀ ସ୍ୱାଭାବିକଠାରୁ କମ୍ ରହିବ ବୋଲି ଆଶା କରାଯାଉଛି। ଭାରତର ଘରୋଇ ପାଣିପାଗ ଏଜେନ୍ସି ସ୍କାଏମେଟ୍ ପକ୍ଷରୁ ୨୦୨୩ ପାଇଁ ମୌସୁମୀ ପୂର୍ବାନୁମାନ ଜାରି କରାଯାଇଛି । ଏହି ପୂର୍ବାନୁମାନ ଅନୁଯାୟୀ, ଜୁନ୍ରୁ ସେପ୍ଟେମ୍ବର ୪ ମାସରେ ହେଉଥିବା ହାରାହାରି ୮୬୮.୮ ମିଲିମିଟର ବୃଷ୍ଟିପାତ ତୁଳନାରେ ଏବର୍ଷ ୮୧୬.୫ ମିଲିମିଟର ଅର୍ଥାତ୍ ୯୪% (ଏରର ମାର୍ଜିନ୍ +/-୫%) ସମ୍ଭାବନା ରହିଛି। ସ୍କାଏମେଟ୍ ପୂର୍ବରୁ ୨୦୨୩ […]

You May Like

Pin It on Pinterest