ରାଜସ୍ଥାନକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ବାସ୍ତବ ବ୍ୟୁରୋ: ରାଜସ୍ଥାନକୁ ମିଳିଲା ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସ। ଆଜି(ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ପ୍ରଥମ ତଥା ଦେଶର ୧୫ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଦ୍ୱାରା ଶୁଭାରମ୍ଭ କରିଛନ୍ତି।

ବନ୍ଦେ ଭାରତ ଏକ୍ସପ୍ରେସ ଆଜି ଜୟପୁର ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ଯାତ୍ରା କରିଛି। ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସେବା ଏପ୍ରିଲ ୧୩ରୁ ଆରମ୍ଭ ହେବ। ଟ୍ରେନଟି ଆଜମେରରୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ମଧ୍ୟରେ ଯାତ୍ରା କରିବ। ଏହି ସମୟରେ ଜୟପୁର, ଅଲୱର ଓ ଗୁରୁଗ୍ରାମରେ ରହିବ।

ଦିଲ୍ଲୀ ଓ ଆଜମେର ମଧ୍ୟରେ ଥିବା ଦୂରତାକୁ ଏହି ଦ୍ରୁତଗାମୀ ଟ୍ରେନ ୫.୧୫ ମିନିଟରେ ପୂରଣ କରିବ। ବର୍ତ୍ତମାନ ଚାଲୁଥିବା ଶତାବ୍ଦୀ ଟ୍ରେନ ତୁଳନାରେ ଏହା ୧ ଘଣ୍ଟା ସମୟ ବଞ୍ଚାଇବ।

ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୋଦି କହିଛନ୍ତି, ବନ୍ଦେ ଭାରତ ଏକ୍ସପ୍ରେସ ଭାରତ ପ୍ରଥମ, ସବୁବେଳେ ପ୍ରଥମ ଚିନ୍ତାଧାରାକୁ ଆଗକୁ ନେଇଛି।

ବିକାଶ, ଆଧୁନିକରଣ, ଆତ୍ମନିର୍ଭର ଓ ସ୍ଥିରତା ଏବେ ଏକ ହୋଇଛି। ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନର ପର୍ଯ୍ୟଟନ ଶିଳ୍ପକୁ ଆହୁରି ସୁଦୃଢ଼ କରିବ। ଗତ ୨ ମାସ ମଧ୍ୟରେ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଲଞ୍ଚ କରିବା ସୌଭାଗ୍ୟର ବିଷୟ।

ବ୍ୟକ୍ତିଗତ ସ୍ୱାର୍ଥ ଓ ରାଜନୀତି ପୂର୍ବରୁ ସବୁବେଳେ ରେଳବାଇର ଆଧୁନିକରଣ ଉପରେ ପ୍ରଭାବ ପକାଉଥିଲା। ବିପୁଳ ମାତ୍ରାର ଦୁର୍ନୀତି ଯୋଗୁ ବିକାଶ ହୋଇ ପାରୁ ନଥିଲା। ଚୟନପ୍ରକ୍ରିୟା ନିରପେକ୍ଷ ରହିବା ଉଚିତ ବୋଲି ସେ କହିଛନ୍ତି।

ସେୟାର କରନ୍ତୁ

Next Post

ଅରବପତି କେଶବ ମହିନ୍ଦ୍ରାଙ୍କ ପରଲୋକ

Wed Apr 12 , 2023
ବାସ୍ତବ ବ୍ୟୁରୋ: ଭାରତର ସର୍ବ ପୁରାତନ ଅରବପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ର ଚେୟାରମ୍ୟାନ୍ ଏମିରିଟସ୍ କେଶବ ମହିନ୍ଦ୍ରାଙ୍କ ଆଜି (ବୁଧବାର) ଅର୍ଥାତ ଏପ୍ରିଲ୍ ୧୨ରେ ପରଲୋକ ହୋଇଛି। ସେ ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେଶବ ମହିନ୍ଦ୍ରା ୪୮ ବର୍ଷ ଧରି ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଥିଲେ । ୨୦୧୨ରେ ସେ ଏହି ପଦ ଛାଡିଥିଲେ। ୧୯୪୭ ମସିହାରେ ପେନସିଲଭାନିଆ […]

You May Like

Pin It on Pinterest