
ଜୟସେନ୍ ରଇତ(ଗଜପତି): ଦିନକୁ ଦିନ ଗଜପତି ଜିଲ୍ଲାର ମୋହନା ଓ ଅଡବା ଥାନା ଅଞ୍ଚଳରେ ପୋଲିସ ଜୋର ଜାର ପାଟ୍ରୋଲିଙ୍ଗ ସହ ଗାଡି ଯାଞ୍ଚ ଏବଂ ଗଞ୍ଜେଇ ଚାଡାଉକରି ଗଞ୍ଜେଇ ମାଫିଆ ମାନଙ୍କ ନିଦ ହାଯାଉଥିଲେ ମଧ୍ୟ ଏହି ଗଞ୍ଜେଇ ଚାଲାଣରେ ପୂର୍ଣଛେଦ ପଡୁନାହିଁ ।
ଆଜି ଅଡବା ପୋଲିସ ଏସଆଇ ବି॰ଏନ ରେଡ୍ଡୀଙ୍କ ନେତୃତ୍ବରେ ଗୁଳୁବା ପଞ୍ଚାୟତର ଶୁଣ୍ଡିପଡା ଓ କୁଡିକିମା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଶୁଣ୍ଡିପଡା ନିକଟରେ ସନ୍ଦେହ ଜଣକ ଅବସ୍ଥାରେ ଦୁଇଜଣ ଯୁବକଙ୍କୁ ଦେଖି ପଚରା ଉଚରା କରିଥିଲେ । ପଚରାଉଚରା ସମୟରେ ସେମାନେ ହରିୟାନା ଅଞ୍ଚଳର ପାନିପଥ ର ବୋଲି ପରିଚୟ ଦେଇଥିଲେ ଏବଂ ସେମାନଙ୍କ ଠାରୁ ୧୨୪ kg୩୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଥିଲେ ।
ସେମାନେ ଏହି ଗୁଳୁବା ଅଞ୍ଚଳରୁ ଗଞ୍ଜେଇ ସଂଗ୍ରହ କରି ହରିୟାନା ଚାଲାଣ କରିବା ନିମନ୍ତେ ଗାଡିକୁ ଅପେକ୍ଷା କରଥିଲେ । ତେବେ ଉଭୟ ଚାଲାଣକାରି ରାମ ଲାଲ ଓ ପୃଥି ରାମ ଙ୍କୁ ଗିରିଫ କରି କେସ ନଂ ୬୬/୨୩/୦୩/୨୦୨୩ ରେ ପଞ୍ଜୀକୃତ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ ।