ମେ ୧ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡି ସାଇ ମନ୍ଦିର…

ବାସ୍ତବ ବ୍ୟୁରୋ: ମହାରାଷ୍ଟ୍ରର ଶିରିଡିରେ ପ୍ରସିଦ୍ଧ ସାଇ ବାବାଙ୍କ ମନ୍ଦିରରର ସୁରକ୍ଷା ଲାଗି କେନ୍ଦ୍ର ସରକାର ସିଆଇଏସ୍ଏଫ୍ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି। ଏମିତି କି ଶିରିଡିର ଗ୍ରାମବାସୀମାନେ ସିଆଇଏସ୍ଏଫ୍ ମୁତୟନକୁ ପସନ୍ଦ କରୁ ନଥିବା ବେଳେ ଏହାକୁ ନେଇ ପ୍ରତିବାଦ ବି କରିଛନ୍ତି।

ମନ୍ଦିର ପ୍ରଶାସନ କହିଛି- ଯଦି ମନ୍ଦିରର ସୁରକ୍ଷା ସିଏସ୍ଏଫ୍ ହାତକୁ ଆସେ ତେବେ ଭକ୍ତମାନେ ଅସୁବିଧାରେ ପଡ଼ିବେ। ତେଣୁ ମନ୍ଦିର ପ୍ରଶାସନ ଏବଂ ସ୍ଥାନୀୟ ଲୋକ ବୁଧବାର ଏକ ବୈଠକ କରି ମେ ୧ ତାରିଖରୁ ମନ୍ଦିରକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ଦେଶରେ ସିଆଇଏସଏଫକୁ ସବୁ ଔଦ୍ୟୋଗିକ ପ୍ରତିଷ୍ଠାନ, ମେଟ୍ରୋ ଷ୍ଟେସନ ଓ ଏୟାରପୋର୍ଟ ସୁରକ୍ଷା ନିମନ୍ତେ ମୁତୟନ କରାଯାଇଥାଏ। ଏହି କ୍ରମରେ ସରକାର ଶିରଡ଼ି ସାଇଙ୍କ ମନ୍ଦିରର ସୁରକ୍ଷା ନିମନ୍ତେ ପ୍ରଥମ କରି ସିଆଇଏସଏଫ ମୁତୟନର ନିଷ୍ପତ୍ତି ନେଇଛନ୍ତି।  ଏହାକୁ କିନ୍ତୁ ଶିରିଡି ସାଇ ମନ୍ଦିର ପ୍ରଶାସନ ଓ ଗ୍ରାମବାସୀ ବିରୋଧ କରୁଛନ୍ତି।

ସେୟାର କରନ୍ତୁ

Next Post

ଆଜିଠୁ ୪ ଦିନ ଯାଏଁ କାଳବୈଶାଖୀ, ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

Fri Apr 28 , 2023
ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ଆଜି କାଳବୈଶାଖୀ ପ୍ରଭାବ ଅଧିକ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ,ଏହି ସୂଚନା ଦେଇଛନ୍ତି। ପାଣିକେନ୍ଦ୍ର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କାଳବୈଶାଖୀ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା […]

You May Like

Pin It on Pinterest