
ସଂଜୟ ଶତପଥୀ(କଟକ): ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ।ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୈ।ଦ୍ବାର ର ମଙ୍ଗରାଜପୁର ବେରଣାସ୍ଥିତ ନନ୍ଦିଗ୍ରାମ ବୃଦ୍ଧ ଗୋ ସେବାଶ୍ରମ ରେ ୫୦୦୦ ଗୋ ଖାଦ୍ୟ ଲାଗି ଘାସ ଚାରା ରୋପଣ କରାଯାଇଛି।
ଏହି ଆଶ୍ରମ ର ପ୍ରାରମ୍ଭ ରୁ ପ୍ରାୟ ୧୩୦ ବୃଦ୍ଧ,କ୍ଷତବିକ୍ଷତ, ବୟସ୍କ ରୋଗୀଣା ଗାଈଗୋରୁ ମାନଙ୍କୁ ସେବାଶୂଶ୍ରୁଷା କରି ରାଜ୍ୟରେ ଗୋ ସମ୍ପଦ ସୁରକ୍ଷା କରିବା ଦିଗରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଯାହା ଫଳରେ କି ଆଜି ଏହି ଗୋ ସେବାଶ୍ରମ ରେ ୧୧୦୦ ରୁ ଉର୍ଦ୍ଧ୍ବ ଗାଈମାନଙ୍କର ରହିବାର ବ୍ୟବସ୍ଥା କରାଯିବା ସହ ପ୍ରତ୍ୟେକ ଦିନ ଅଭିଜ୍ଞ ପ୍ରାଣୀ ଚିକିତ୍ସକ ଦ୍ବାରା ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା ମଧ୍ୟ କରାଯାଉଛି।

ଏହି ଗୋ ସେବାଶ୍ରମ ରେ ଅନ୍ୟ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ହେଉଛି ଏହି ସେବାଶ୍ରମ ରେ ରହୁଥିବା ଗାଈମାନଙ୍କର ଗୋବରରୁ ମେସିନ୍ ସାହାଯ୍ୟରେ ଜାଳେଣି ତିଆରି କରାଯାଇ ସୁଲଭମୂଲ୍ୟରେ ବିକ୍ରି କରାଯାଉଛି ଏବଂ ଉପାର୍ଜିତ ଅର୍ଥକୁ ଏହି ସେବାଶ୍ରମର ଗୋ ସେବା କାର୍ଯ୍ୟରେ ଲଗାଯାଉଛି। ଆଗାମୀ ଦିନରେ ଏହି ଗୋ ମାତାଙ୍କ ସୁରକ୍ଷା ଲାଗି ସମସ୍ତ ହିନ୍ଦୁଜାତି ଆଗକୁ ଆସିବାକୁ ଏବଂ ପରିବେଶ କୁ ସୁସ୍ଥ ସବୁଜ ରଖୂବାକୁ ଆହ୍ବାନ ଦେଇଛନ୍ତି ଏହି ଗୋ ସେବାଶ୍ରମ ରେ ଅଧ୍ୟକ୍ଷ ଶ୍ରୀ କମଲ କୁମାର ସିକାରିଆ।