ଆଜିର ଖାସ୍ ଖବର

୧-UGC ପକ୍ଷରୁ ଅଧ୍ଯକ୍ଷ ଓ କୁଳପତିଙ୍କୁ ଚିଠି: ପରୀକ୍ଷା ଓ ଶିକ୍ଷା କ୍ୟାଲେଣ୍ଡର ପାଇଁ ଜାରି ହେବ ନିୟମାବଳୀ।

୨-ତାଲାବନ୍ଦ ବେଳେ ଅଟକିବନି ଚାଷୀ ଭାଇର କାମ । ସମସ୍ୟାର ସମାଧାନ ପାଇଁ ସରକାର ଜାରି କଲେ ହେଲ୍ପଲାଇନ୍ ନମ୍ବର:୧୮୦୦୧୦୨୫୧୬୬

୩-ଏବେଠୁ ସର୍ବସାଧାରଣରେ ଛେପ ପକାଇବା ମନା, ସାରା ରାଜ୍ୟରେ ଲାଗୁ ହେଲା କଟକଣା।

୪-ଭୁବନେଶ୍ୱର:ସେବା ଯୋଗାଇପାରିବେ ଓଲା ଓ ଉବେର, କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ।

୫-ଅର୍ଥନୀତିକୁ ଗତିଶୀଳ କରିବା ପାଇଁ RBIର ଏକଲକ୍ଷ କୋଟି ପ୍ୟାକେଜ୍।ରିଭର୍ସରେପୋ ୨୫ବେସିସ ପଏଣ୍ଟ ହ୍ରାସ।

୬-ଜୟପୁର, (ରାଜସ୍ଥାନ):ଲକ୍ ଡାଉନ୍‌ରେ ବିଧାୟକଙ୍କ କଟିଲା ଚାଲାଣ, ବଦଳିଲେ ଆଇଏଏସ୍ ଅଧିକାରୀ।

୭-ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ଆସନ୍ତା ୨୦ ଯାଏ ମିଳିବନି ନିସ୍ତାର, ଉତ୍ତର ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା।

୮-୧୯ ଦିନରେ ଆୟକର ବିଭାଗ ଫେରସ୍ତ କରିଛି ୫୫୭୫ କୋଟି ଟଙ୍କା।

୯-ରଥଯାତ୍ରା ସଂପର୍କରେ ତୁରନ୍ତ ନିଷ୍ପତ୍ତି ନିଅ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଗଜପତି ମହାରାଜ । କହିଲେ ଚନ୍ଦନ ଯାତ୍ରା ଓ ସ୍ନାନ ଯାତ୍ରା ପାଇଁ ନିଷ୍ପତ୍ତି କରନ୍ତୁ ସରକାର।

୧୦-ଭୁବନେଶ୍ୱର:୨୦ରୁ ଚାଲିବ ସବୁ ବିଭାଗ,ସବୁ ବିଭାଗର ଗ୍ରୁପ A ଅଧିକାରୀ ଅଫିସ୍ ଆସିବେ।B,C ଓ D କର୍ମଚାରୀଙ୍କ ପାଇଁ ରୋଷ୍ଟର ବ୍ୟବସ୍ଥା।

୧୧-ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ସହାୟତା, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରତି ପରିବାରକୁ ମିଳିବ ୫ ହଜାର।

୧୨-AICTEର କଡା ନିର୍ଦ୍ଦେଶ: ଲକଡାଉନ୍ ସମୟରେ ଛାତ୍ର ଛାତ୍ରୀଙ୍କୁ ମାଗିପାରିବେ ନାହିଁ ଫି’ ଓ କର୍ମଚାରୀଙ୍କ ଦରମା କାଟି ପାରିବେ ନାହିଁ ଶିକ୍ଷାନୁଷ୍ଠାନ।

୧୩-ଆଗକୁ ଆସୁଛି ରମଜାନ ମାସ, ମସଜିଦରେ ସମୂହ ନମାଜ ପାଠ ନକରିବାକୁ ବିଜେଡି ସାଂସଦ ମୁନା ଖାଁଙ୍କ ନିବେଦନ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା:ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବା ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର

Sat Apr 18 , 2020
ବାସ୍ତବ ବ୍ୟୁରୋ-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟର୧୧୪ଟି ସହରାଞ୍ଚଳର ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଦେବାକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟକୁ ଗୁରୁତ୍ବ ଦିଆଯାଇଛି । ଏହା ଦ୍ୱାରା ସାଢେ ୪ ଲକ୍ଷ ଶ୍ରମିକ ପରିବାର ଉପକୃତ ହେବେ । ପ୍ରତି ସପ୍ତାହରେ ହିତାଧିକାରୀଙ୍କ ଆକାଉଂଟକୁ ଯିବ ମଜୁରୀ ଟଙ୍କା ଯିବ ।  ଏହା ଦ୍ୱାରା ଶ୍ରମିକ, ଗରିବ […]

You May Like

Pin It on Pinterest