
ବାସ୍ତବ ବ୍ୟୁରୋ: ଆଜି(ଗୁରୁବାର) ସକାଳେ ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ଜିଲ୍ଲା ଅନ୍ତର୍ଗତ ମାର୍ୱା ତହସିଲ୍ ଅଞ୍ଚଳର ମାଛନା ଗାଁ’ରେ ଗୋଟାଏ ସେନା ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହୋଇଛି।ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍ରେ ପ୍ରାୟ ୩ଜଣ ଲୋକ ଥିଲେ।
ସେନାର ଗୋଟାଏ ‘ଏଏଲ୍ଏଚ୍ ଧ୍ରୁବ ହେଲିକପ୍ଟର୍’ ଜମ୍ମୁ ଓ କଶ୍ମୀରର କିସ୍ତୱାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆହତ ହୋଇଥିଲେ ବି ପାଇଲଟ୍ମାନେ ନିରାପଦ ଅଛନ୍ତି ଓ ସେମାନଙ୍କର ଚିକିତ୍ସା ଚାଲିଛି ବୋଲି ସେନା ଅଧିକାରୀମାନେ କହିଛନ୍ତି।
କିସ୍ତୱାଡ଼ ଜିଲ୍ଲାର ମାର୍ୱା-ଦାଛନ ମଧ୍ୟରେ ପ୍ରବାହିତ ମରୁସୁଦର୍ ନଦୀରେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର୍ର ଭଗ୍ନାଂଶ ପଡ଼ିଥିବା ଦେଖାଯାଉଛି। ଦୁର୍ଘଟଣା ସ୍ଥାନରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ଏଲଏଚ ଧ୍ରୁଭ ହେଲିକପ୍ଟର ସହ ଏହା ହେଉଛି ତୃତୀୟ ଦୁର୍ଘଟଣା।