ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ତୃତୀୟ ପର୍ଯ୍ୟାୟ ରେ ଜିଲ୍ଲାର ୪୩ ଗୋଟି 5T ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ….

ନମୋଗୁରୁ ହୋତା(ସୁବର୍ଣ୍ଣପୁର): ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ୪୩ଟି 5T ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୧ଟି 5T ହାଇସ୍କୁଲ ଲୋକାର୍ପିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାର ବିଭିନ୍ନ ବ୍ଲକରେ ୪୧ଟି 5T ହାଇସ୍କୁଲ ରୂପାନ୍ତରଣର ଲୋକାର୍ପଣ ହୋଇସାରିଛି ।

ଗୁରୁବାର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେସିଂ ଜରିଆରେ ସୋନପୁର ବ୍ଲକ ସାଗରପାଲି ଗଙ୍ଗାଧର ମେହେର ହାଇସ୍କୁଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୪୩ଗୋଟି 5T ରୂପାନ୍ତରଣ ହାଇସ୍କୁଲର ଲୋକାର୍ପଣ କରାଯାଇଛି । ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ୱତନ୍ତ୍ର ଲୋକାର୍ପଣ ସମାରୋହରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୁଝାରୀ ଯୋଗଦାନ କରି 5T ଉପକ୍ରମରେ ରୂପାନ୍ତରିତ ହାଇସ୍କୁଲ ରାଜ୍ୟ ର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବାବେଳେ ଏହା ଆଗାମୀ ପୀଢ଼ିଙ୍କୁ ବଳିଷ୍ଠ ମାର୍ଗଦର୍ଶନ କରିବା ସହିତ ରାଜ୍ୟରେ ନବ ସୃଜନ ସୃଷ୍ଟି କରିବ ବୋଲି ନିଜ ଉଦବୋଧନ ରେ କହିଥିଲେ ।

ସେ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟ ଙ୍କୁ ଦୂରଦର୍ଶୀ ପଦକ୍ଷେପ ନିମନ୍ତେ ଜିଲ୍ଲାବାସୀଙ୍କ ତରଫରୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେବାସହ 5T ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି l ଅନ୍ୟତମ ଅତିଥିଭାବେ ବିଧାୟକ ବୀରମହାରାଜପୁର ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗଦେଇ ମଂଚାସୀନ ଥିବାବେଳେ ସାଗରପାଲି ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ କୁମାରୀ ବର୍ଷା ସାହୁ 5T ହାଇସ୍କୁଲ ରୂପାନ୍ତରଣରେ ନିଜର ଅନୁଭୂତି ସହ ଭବିଷ୍ୟତ ଗଠନ ର ଇଚ୍ଛା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାବବିନିମୟ କରି ଖୁସିବ୍ୟକ୍ତ କରିଥିଲେ l

ଜିଲ୍ଲା 5T ନୋଡାଲ ଅଧିକାରୀ ଅଭିଳାଷ ପୁରୋହିତ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ସମାରୋହ ରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଙ୍କ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବ୍ଲକ ର ଅଧ୍ୟକ୍ଷ ଅଧ୍ୟକ୍ଷା,ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସମସ୍ତ ବିଡ଼ିଓ,ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀଙ୍କ ସମତେ ଛାତ୍ରଛାତ୍ରୀ ଅଭିଭାବକ ବୃନ୍ଦ, ବିଭିନ୍ନ ହାଇସ୍କୁଲ ର ପରିଚାଳନା କମିଟି କର୍ମ କର୍ତ୍ତା, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେl

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସିଧା ସଳଖ ଭିଡିଓ କନଫରେନସିଂ ଜରିଆରେ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରି ଖୁସି ବ୍ୟକ୍ତ କରିଥିଲେ । ଗାଁ ମାନଙ୍କରେ ଏଭଳି ଉନ୍ନତମାନର ବିଦ୍ୟାଳୟ ପାଇଁ ଅଂଚଳବାସୀ ବେଶ୍ ଖୁସୀ ଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା 5ଟି ସଚିବଙ୍କୁ ଧନ୍ୟବାଦ ଦେଛନ୍ତି ।

ସେୟାର କରନ୍ତୁ

Next Post

"ପ୍ରୟାସ" ଅନୁଷ୍ଠାନ ପକ୍ଷରୁ ଶ୍ରମିକ ଦିବସ ରେ ଶ୍ରମିକଙ୍କ ଲାଗି ଅଭିନବ ପ୍ରୟାସ...

Fri May 5 , 2023
ସଂଜୟ ଶତପଥୀ(କଟକ): ଆନ୍ତର୍ଜାତିକ ଶ୍ରମିକ ଦିବସ କଟକ ର ବିଶିଷ୍ଟ ସମାଜସେବୀ ଅନୁଷ୍ଠାନ “ପ୍ରୟାସ” ପକ୍ଷରୁ କଟକ ର ସି.ଡି.ଏ ସେକ୍ଟର -୬ ସ୍ଥିତ କାର୍ଯ୍ୟାଳୟରେ ସଭାନେତ୍ରୀ ଶ୍ରୀମତୀ ଶୁଭାକାଂକ୍ଷୀ ନନ୍ଦ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରମିକ ଦିବସ ପାଳନ ମହାସମାରୋହରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଦୈ।ରା ବିଚାରପତି ଶ୍ରୀ ବୈଶମ୍ପାୟନ କର, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ନ୍ଯାୟାଧୀଶ ଶ୍ରୀ […]

You May Like

Pin It on Pinterest