ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା: ‍ପୋଲ ତଳକୁ ବସ୍‌ ଖସି ଚାଲିଗଲା ୨୨ ଜୀବନ, ୨୦ ଗୁରୁତର

ବାସ୍ତବ ବ୍ୟୁରୋ: ମଧ୍ୟପ୍ରଦେଶର ଖାର୍ଗୋନରେ ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ହାଥିନୀ ନଦୀ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ପୋଲ ତଳକୁ ଖସି ପଡ଼ିବା ପରେ ବସ୍‌ରେ ଥିବା ୧୫  ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ତେବେ ଏହି ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ‌‌ହୋଇଛନ୍ତି।

ସୂଚନା ମୁତାବକ, ଏହି ବସ୍‌ରେ ସମୁଦାୟ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ସେଠାକୁ ଧାଇଁ ଯାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ଆହତମାନଙ୍କୁ ବସ୍‌ ଭିତରୁ ବାହାରକୁ କାଢ଼ି ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। କିଛି ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ଖବର ପାଇ ଜିଲ୍ଲାପାଳ ଶିବରାଜ ସିଂହ ବର୍ମା ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି।

ଦୁର୍ଘଟଣା ଘଟିବା ପରେ ରାଜ୍ୟ ସରକାର ମୃତକଙ୍କ ପରିବାର ସକାଶେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଘୋଷଣା କରିଥିବା ବେଳେ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି।

ସେୟାର କରନ୍ତୁ

Next Post

୮ ଦିନିଆ ରିମାଣ୍ଡରେ ଗଲେ ଇମ୍ରାନ ଖାନ...

Wed May 10 , 2023
ବାସ୍ତବ ବ୍ୟୁରୋ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ଦେଶର ଟପ୍‌ ଦୁର୍ନୀତି ନିରୋଧ ଶାଖା। ଗତକାଲି(ମଙ୍ଗଳବାର) ଗିରଫ ହେବା ପରେ ଆଜି ନ୍ୟାଶନାଲ ଆକାଉଣ୍ଟବିଲିଟୀ(ଏନବିଏ) ଇମ୍ରାନ ଖାନଙ୍କୁ ଇସଲାମାବାଦର ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା। ସୂଚନାନୁଯାୟୀ, ଇମ୍ରାନ ଖାନଙ୍କୁ ଏନବିଏ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ୮ ଦିନର ଅନୁମତି ଦେଇଛନ୍ତି। […]

You May Like

Pin It on Pinterest