ମଣିପୁର ହିଂସାର ପ୍ରଭାବ : ମାର୍କେଟରେ ବୃଦ୍ଧି ପାଉଛି କଳାବଜାରୀ

ବାସ୍ତବ ବ୍ୟୁରୋ: ମେ’ ୩ରୁ ମଣିପୁର ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ବେଳେ ଏବେ ମହଙ୍ଗା ମାଡ଼ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ସପ୍ତାହକ ମଧ୍ୟରେ ବିଭିନ୍ନ ପରିବା ଦାମ ୨ ଗୁଣ ବଢ଼ି ଯାଇଛି। ମହଙ୍ଗା ମାଡ଼ ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମେ’ ୩ରୁ ମଣିପୁରରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବିଭିନ୍ନ ଆବଶ୍ୟକ ସାମଗ୍ରୀର ମାର୍କେଟରୁ ଉଭାନ ହୋଇଯାଇଥିଲା। ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେଉଥିଲେ ହେଁ ବିଭିନ୍ନ ଜିନିଷର ଦାମ ଆକାଶ ଛୁଆଁ ହୋଇଛି। ହିଂସାକୁ ଦୃଷ୍ଟିରେ ରଖି କଳାବଜାରୀ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ପେଟ୍ରୋଲ ଲିଟର ପିଛା ୨୭୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଡିଜେଲର ଲିଟର ପିଛା ଦାମ ୧୫୦ରୁ ୨୦୦ ଟଙ୍କା ରହିଛି।

ସୂଚନାଯାୟୀ, ହିଂସା ଦ୍ୱାରା ସେତେଟା ପ୍ରଭାବିତ ହୋଇ ନଥିବା ଜିଲ୍ଲାଗୁଡ଼ିକରେ ସରକାର କିଛି ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରିବାରୁ ବିଭିନ୍ନ ଜିନିଷ କିଣିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ପଶ୍ଚିମ ଇମ୍ଫାଲ ଅଧିକ ଜନଗହଳୀପୂର୍ଣ୍ଣ ହୋଇଥିବାରୁ ସରକାର ଏଠାରେ ଭୋର ୫ଟାରୁ ଦିନ ୧୧ଟା ଯାଏ କର୍ଫ୍ୟୁ କୋହଳ କରିଛନ୍ତି। କର୍ଫ୍ୟୁ କୋହଳ ହେବା ପରେ ଲୋକମାନେ ପେଟ୍ରୋଲ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଛନ୍ତି।

ପ୍ରବଳ ଖରା ହେଉଥିବା ବେଳେ ଲୋକଙ୍କୁ ତେଲ ପାଇଁ ୨ରୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏହାର ଫାଇଦା ଉଠାଇ କଳାବଜାରୀ ଆରମ୍ଭ ହୋଇ ଯାଇଛି। ଲୋକମାନେ ବାଧ୍ୟ ହୋଇ ପେଟ୍ରୋଲ ଓ ଡିଜେଲ ଅଧିକ ଦୁଇ ଗୁଣା ଅଧିକ ଦାମ ଦେଇ କିଣୁଛନ୍ତି।

ପେଟ୍ରୋଲ ଓ ଡିଜେଲ ବ୍ୟତୀତ ଖାଇବା ତେଲ, ଡାଲି, ପରିବା, ଫଳ, ମାଛ ଓ ମାଂସର ଦାମ ମଧ୍ୟ ଦୁଇ ଗୁଣା ହୋଇଯାଇଛି। ମୂଳାର ଦାମ ହିଂସା ପୂର୍ବରୁ ୯୦ ଟଙ୍କା ଥିବା ବେଳେ ଏବେ ଏହା ୧୮୦ ଟଙ୍କାରେ ପହଞ୍ଚିଛି। ଭେଣ୍ଡି ଓ କାକୁଡ଼ିର କେଜି ପିଛା ଦାମ ଯଥାକ୍ରମେ ୧୦୦ ଓ ୯୦ ଟଙ୍କା ରହିଛି। ବିଭିନ୍ନ ଦୋକାନୀ ମନଇଚ୍ଛା ଦାମ ବୃଦ୍ଧି କରୁଥିବାରୁ ଏହାକୁ ରୋକିବାକୁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ଏଯାଏ କୌଣସି ଲାଭ ମଣିପୁରବାସୀଙ୍କୁ ମିଳିନି।

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ‘ସିବିଏସ୍‌ଇ’ ୧୦ମ ପରୀକ୍ଷା ଫଳ: ପାସ୍‌ ହାର ୯୩.୧୨%

Fri May 12 , 2023
ବାସ୍ତବ ବ୍ୟୁରୋ: ଆଜି ‘ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେସନ୍‌’ (ସିବିଏସ୍‌ଇ) ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ସାମଗ୍ରିକ ପାସ୍‌ ପ୍ରତିଶତ ୯୩.୧୨ ହୋଇଥିବା କଥା ‘ସିବିଏସ୍ଇ’ କହିଛି। ଶିକ୍ଷାର୍ଥୀମାନଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, “ଅନେକ ବନ୍ଧୁ ଆଶାନୁସାରେ ଫଳ ପାଇ ନ ଥିବେ। ମନଊଣା ନ କରିବା ପାଇଁ ସେମାନଙ୍କୁ ମୋର ନିବେଦନ। ଗୋଟିଏ ପରୀକ୍ଷା ଜଣେ ବ୍ୟକ୍ତିର ଦକ୍ଷତା ପ୍ରତିପାଦିତ […]

You May Like

Pin It on Pinterest