
ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଆଇଏସସି ଦ୍ବାଦଶ ବୋର୍ଡ ପରୀକ୍ଷା ଫଳ। କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ ( ସିଆଇଏସସିଇ) ପକ୍ଷରୁ ୨୦୨୩ର ଆଇସିଏସଇ ଓ ଆଇଏସସି ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ବର୍ତ୍ତମାନ ସିଆଇଏସସିଇର ଅଫିସିଆଲ୍ ୱେବସାଇଟ୍ cisce.org ଏବଂ results.cisce.org. କୁ ଯାଇ ସେମାନଙ୍କର ବୋର୍ଡ ପରୀକ୍ଷା ଫଳାଫଳ ଯାଞ୍ଚ କରିପାରିବେ।
ଛାତ୍ରଛାତ୍ରୀମାନେ ଫଳାଫଳର ଡିଜିଟାଲ୍ ମାର୍କସିଟ୍ ଡାଉନଲୋଡ୍ କରିପାରିବେ ଏବଂ ପରେ ଏହାର ଏକ ପ୍ରିଣ୍ଟଆଉଟ୍ ବାହାର କରିପାରିବେ।
ଆଇସିଏସ୍ଇ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ପ୍ରିୟଙ୍କା ପରାସର ଓ ବିଷ୍ଣୁ ଶତପଥୀ ଟପ୍ପର ହୋଇଛନ୍ତି। ଉଭୟ ପ୍ରିୟଙ୍କା ଓ ବିଷ୍ଣୁ ୯୯.୪୦ ପ୍ରତିଶତ ମାର୍କ ରଖିଛନ୍ତି। ସେହିପରି ଆଇଏସ୍ସି ଦ୍ବାଦଶ ପରୀକ୍ଷାରେ ରାଉରକେଲାର ଦିଶା ଗୋୟଲ ରାଜ୍ୟର ଟପ୍ପର ହୋଇଛନ୍ତି। ସେ ଏହି ପରୀକ୍ଷାରେ ୯୮.୨୬ ପ୍ରତିଶତ ମାର୍କ ରଖିଛନ୍ତି।
ସୂଚନାଯୋଗ୍ୟ ଚଳିତ ବର୍ଷ ଆଇଏସ୍ସି ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୨.୩୬କ୍ଷ ସାମିଲ ହୋଇଥିଲେ। ୯୮.୧୪ ପ୍ରତିଶତ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୬.୯୩ ପ୍ରତିଣତ ରହିଛି। ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୫ ଜଣ ମିଳିତ ଭାବେ ଟପ୍ପର ହୋଇଛନ୍ତି। ଦିଶା ସ୍ଥାନୀୟ କାର୍ମେଲ ସ୍କୁଲର ଛାତ୍ରୀ। ଫଳାଫଳ ପ୍ରକାଶ ପାଇବା ପରେ ପରିବାରରେ ଖୁସିର ଲହରୀ। ପିତା ହନୁମାନ ଗୋୟଲ ଜଣେ ବ୍ୟବସାୟୀ ଓ ମା’ ସୀମା ଗୋୟଲ ହେଉଛନ୍ତି ଗୃହିଣୀ।



