ଭାରତ ମହାସାଗରରେ ବୁଡ଼ିଗଲା ଚୀନ୍‌ର ମାଛମରା ବୋଟ୍‌; ୩୯ ନାବିକ ନିଖୋଜ

ବାସ୍ତବ ବ୍ୟୁରୋ: ଭାରତ ମହାସାଗରରେ ଚୀନ୍‌ର ଗୋଟାଏ ମାଛମରା ବୋଟ୍‌ ବୁଡ଼ିଯିବାରୁ ସେଥିରେ ଥିବା ୩୯ଜଣ ନାବିକ ନିଖୋଜ ହୋଇଯାଇଥିବା କଥା ଏକ ଗଣମାଧ୍ୟମ ରିପୋର୍ଟ କରିଛି।

ମଙ୍ଗଳବାର ରାତି ପ୍ରାୟ ୩ଟା ବେଳେ ଉକ୍ତ ବୋଟ୍‌ ବୁଡ଼ିଯାଇଥିବା କଥା ‘ଚାଇନା ସେଣ୍ଟ୍ରାଲ୍‌ ଟେଲିଭିଜନ୍’ ନାମକ ଚୀନ୍‌ର ରାଷ୍ଟ୍ରାୟତ  ସମ୍ବାଦ ପ୍ରସାରଣକାରୀ କହିଛି। ଉକ୍ତ ବୋଟ୍‌ରେ ଥିବା କ୍ରୁ’ମାନଙ୍କ ମଧ୍ୟରେ ଥିଲେ ୧୭ଜଣ ଚୀନ୍‌, ୧୭ଜଣ ଇଣ୍ଡୋନେସିଆ ଏବଂ ୫ଜଣ ଫିଲିପ୍ପିନ୍‌ସ୍‌ର ନାଗରିକ।

ନିଖୋଜ ବ୍ୟକ୍ତିମାନଙ୍କର ସନ୍ଧାନ ନେବା ଲାଗି ଚୀନ୍‌ର ରାଷ୍ଟ୍ରପତି ସି’ ଜିଙ୍ଗ୍‌ପିନ୍‌ ଏବଂ ପ୍ରଧାନମନ୍ତ୍ରୀ ଲି କ୍ବିଆଙ୍ଗ୍‌ ବିଦେଶରେ ଅବସ୍ଥାପିତ ଚୀନ୍‌ କୂଟନୀତିଜ୍ଞ ତଥା କୃଷି ଓ ପରିବହନ ମନ୍ତ୍ରାଳୟକୁ ଆଦେଶ ଦେଇଛନ୍ତି ବୋଲି ଆନ୍ତର୍ଜାତିକ ‘ନିଉଜ୍‌ ଏଜେନ୍‌ସି’ ‘ ଦି ଆସୋସିଏଟେଡ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ପୂର୍ବାଞ୍ଚଳ ଶାନ୍ଦୋଗ୍‌ ପ୍ରଦେଶର ‘ଦି ଲୁପେଙ୍ଗ୍‌ଲାଇୟୁନାୟୁ ନମ୍ବର ୮’ ନାମକ ଉକ୍ତ ବୋଟ୍‌କୁ ‘ପେଙ୍ଗାଇୟିଙ୍ଗୁୟୁ କୋ. ଲିମିଟେଡ୍‌’ ଚଳପ୍ରଚଳ କରାଏ। କିନ୍ତୁ, ‘ବୋଟ୍‌’ ବୁଡ଼ିଯିବା ବିଷୟରେ କୌଣସି କାରଣ ଦର୍ଶାଯାଇ ନାହିଁ।

ସେୟାର କରନ୍ତୁ

Next Post

୨୪ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା...

Wed May 17 , 2023
ବାସ୍ତବ ବ୍ୟୁରୋ: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବହୁ ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ଣରେ ଜାରି କରାଯାଇ ଥିବା ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ୧୮ ତାରିଖ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର […]

You May Like

Pin It on Pinterest