ଆସନ୍ତା ମେ’ ୨୮ ତାରିଖକୁ ଦିନ ଧାର୍ଯ୍ଯ, ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦଘାଟିତ ହେବ ନୂତନ ସଂସଦ ଭବନ…

ନୂଆଦିଲ୍ଲୀ: ଉଦଘାଟନ ହେବ ନୂତନ ସଂସଦ ଭବନ ।ବିରୋଧୀଙ୍କ ଆପତ୍ତି ଅଭିଯୋଗ ମଧ୍ୟରେ ସ୍ଥିର ହେଲା ତାରିଖ । ଆସନ୍ତା ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂତନ ସଂସଦ ଭବନକୁ ଆନୁଷ୍ଠାନିକ ଭାବେ ଉଦଘାଟନ ହେବ। ଏସଂପର୍କରେ ସଂସଦ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସରକାରୀ ନିମନ୍ତ୍ରଣପତ୍ରରୁ ଜଣାପଡିଛି ଯେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଉଦାଘାଟନୀ ସମାରୋହରେ ଯୋଗଦେଇ ନୂତନ ସଂସଦ ଭବନକୁ ଉଦଘାଟନ କରିବେ।

ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ନୂତନ ସଂସଦ ଭବନ ଉଦ୍‌ଘାଟନୀ ସମାରୋହର ନିମନ୍ତ୍ରଣ ପଠାଇଛନ୍ତି। ୨୮ ତାରିଖ ମଧ୍ୟାହ୍ନ ୧୨ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।

ଉଲ୍ଲେଖ ଥାଉକି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନକୁ ନେଇ କଂଗ୍ରେସ ଦଳ ନେତୃତ୍ୱାଧୀନ ବିରୋଧୀମାନେ ସରକାରଙ୍କୁ ପ୍ରଶ୍ନ କରିବା ସହ ଉଦଘାଟନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବା ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଉଦ୍‌ଘାଟନ କରିବାକୁ ନ କହି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅପମାନିତ କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ, କଂଗ୍ରେସ ବିରୋଧରେ ଆକ୍ରମଣର ନେତୃତ୍ୱ ନେଉଥିବା କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଯେଉଁଠି କାହାର କିଛି ନାହିଁ ସେଠାରେ ବିବାଦ ସୃଷ୍ଟି କରିବା କଂଗ୍ରେସର ଅଭ୍ୟାସ ।

ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ ଏବଂ ସରକାରଙ୍କ ତରଫରୁ ସଂସଦର ନେତୃତ୍ୱ ନେଉଛନ୍ତି, ଯାହାର ନୀତି ଆଇନ ଆକାରରେ କାର୍ଯ୍ୟକାରୀ ହୋଇଥାଏ। ରାଷ୍ଟ୍ରପତି କୌଣସି ଗୃହର ସଦସ୍ୟ ନୁହଁନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ଗୃହର ଜଣେ ନିର୍ବାଚିତ ସଦସ୍ୟ।ତେଣୁ ନିଷ୍ପତ୍ତିରେ କୌଣସି ତୃଟି ନାହିଁ।

ସେୟାର କରନ୍ତୁ

Next Post

ମେ ୨୯ରୁ ଯୁକ୍ତ ଦୁଇରେ ନାମଲେଖା ଆବେଦନ ଆରମ୍ଭ...

Thu May 25 , 2023
ବାସ୍ତବ ବ୍ୟୁରୋ: ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନର ଶେଷ ତାରିଖ ଜୁନ୍ ୨୦। ଏସଏଏମଏସ୍ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଜୁନ ୨୮ ତାରିଖରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଜୁଲାଇ ୨୯ ତାରିଖରୁ […]

You May Like

Pin It on Pinterest