ଆସନ୍ତା ମେ’ ୨୮ରେ ଯୁକ୍ତ ୨ ପରୀକ୍ଷା ଫଳ ତାରିଖ ଘୋଷଣା

ବାସ୍ତବ ବ୍ୟୁରୋ: ଆସନ୍ତା ମେ’ ୨୮ ତାରିଖରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ୨୮ ତାରିଖ ସଂଧ୍ୟାରେ ୨ ପରୀକ୍ଷା ଫଳ ତାରିଖ  ଘୋଷଣା କରାଯିବ। ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ ପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ। ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ମେ’ ୩୦ କିମ୍ବା ୩୧ତାରିଖରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। ତେଣେ ଜୁନ ୮ ସୁଦ୍ଧା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ଗତ ଏପ୍ରିଲ୍ ୧୦ ତାରିଖରୁ ଆରମ୍ଭ ହୋ‌ଇଥିଲା। ଏବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)  ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାଯାଇଛି।

ସେୟାର କରନ୍ତୁ

Next Post

ମାଟିମାଫିଆ ଓ ଟ୍ରାକଟର ମାଲିକ ପାଇଁ ଚାଲିଗଲା ବାପ ଛେଉଣ୍ଡ ନାବାଳକର ଜୀବନ....

Fri May 26 , 2023
ଜୟନ୍ତ ଶତପଥୀ(ଡେରାବିଶ): ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଦାନପୁର ପଞ୍ଚାୟତ ଭାଗବତ ପୁର ଗ୍ରାମ ରେ ଟ୍ରାକ୍ଟର ମାଟି ନେଇ ନାଳ ବନ୍ଧ କଚା ରାସ୍ତା ରେ ଯାଉଥିବା ବେଳେ ମାଟି ଧସେଇ ଯିବାରୁ ଟ୍ରାକ୍ଟରଟି ଓଲଟି ପଡିଥିଲା ।ଗାଡି ନାଳ କୁ ଛିଟିକି ପଡିବାରୁ ଗାଡି ତଳେ ଚାପି ହୋଇ ଡ୍ରାଇଭର ମନୋଜ କୁମାର ନାୟକ ଙ୍କ ମୃତୁ ହୋଇଥିବାବେଳେ,ଗାଡି ରେ ଥିବା ହେଲଫର ଗୁରୁତର ହୋଇଛି । ଡ୍ରାଇଭର […]

You May Like

Pin It on Pinterest