ଦଶଦଫା ଦାବୀ ନେଇ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ର ସାମ୍ବାଦିକ ସମ୍ମିଳନୀ….

ଜୟନ୍ତ ଶତପଥୀ(ଡେରାବିଶ): ଆସନ୍ତା ୩୦ତାରିଖ ମଙ୍ଗଳବାର ସକାଳ ୯ଟା ସମୟରେ, ସଂଘ ର ନିଷ୍ପତ୍ତି କ୍ରମେ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଗଣଧାରଣା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ସମ୍ମୁଖ୍ୟରେ କରାଯିବ ବୋଲି, ଶ୍ରୀ ତ୍ରିପାଠୀ କହିଛନ୍ତି ।

1,,ମୃତ୍ୟୁକାଳୀନ ସହାୟତା ଅନୁନ୍ୟ 5ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଉ ପଡିରହିଥିବା ଦରଖାସ୍ତ ଗୁଡିକୁ ଦୁଇ ମାସ ଭିତରେ ପ୍ରଦାନ କରାଯାଉ
୨- ସଂସ୍କାର ସହାୟତା ୨୦ ହଜାରେ ଟଙ୍କା କୁ ବୃଦ୍ଧି କରାଯାଇ ଏକମାସ ଭିତରେ ପ୍ରଦାନ କରନ୍ତୁ ,
୩-ଝିଅ ବାହାଘର ସହାୟତା ୧ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇ ୨୦୧୯ ମସିହାରୁ ପଡିଥିବା ସହ ସହ ଦରଖାସ୍ତ କୁ ତୁରନ୍ତ ପ୍ରଦାନ କରାଯାଉ ।
୪- ୨୦୨୦ ମସିହାରୁ ପଡିରହିଥିବା ହଜାର ହଜାର ନିର୍ମାଣ ଶ୍ରମିକ ପିଲାମାନଙ୍କ ଶିକ୍ଷାବୃତ୍ତି ତୁରନ୍ତ ଦିଆଯାଉ ।
୫-୨୦୧୯ ମସିହା ରୁ ସହ ସହ ମହିଳା ନିର୍ମାଣ ଶ୍ରମିକ ଙ୍କ ଦରଖାସ୍ତ ବେଆଇନ ଭାବେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ବାଛି ବାଛି ରେଜେଷ୍ଟ୍ରିଭୁକ୍ତ କରାନଯାଇ ପରିଚୟ ପତ୍ର ପ୍ରଦାନ କରାଯାଇ ନଥିବାରୁ ତୁରନ୍ତ ଏହାର ଉଚିତ ପଦକ୍ଷେପ ନିଆଯାଉ ।

୬-ସରକାରୀ ଉଦ୍ଘାଟନୀ ଫଳକରେ ମୁଖ୍ୟ ନିର୍ମାଣ ଶ୍ରମିକର ନାମ ରହିବା ଆମର ଦାବୀ ।
୭- ୬୦ବର୍ଷ ବୟସରୁ ନିର୍ମାଣ ଶ୍ରମିକ ଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ପେନଶନ ଦିଆଯିବା ପାଇଁ,ନିର୍ମାଣ ଶ୍ରମିକ ସଂଘର ଦୃଢଦାବିକୁ ଗ୍ରହଣ କରାଯାଉ ।
୮- ନିର୍ମାଣ ଶ୍ରମିକ ପରିବାରକୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିର୍ମାଣ ଶ୍ରମିକ ସଂଘର ଦାବୀକୁ ମାନିନିଆଯାଉ।
୯-ନିର୍ମାଣ ଶ୍ରମିକ ପକ୍କାଘର ଯୋଜନାକୁ ସରଳିକରଣ କରାଯାଇ ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ବାସଗୃହ ଯୋଗାଇଦେବା ଆମର ଦାବୀ ।
୧୦- ଯନ୍ତ୍ରପାତି ଏବଂ ସାଇକେଲ ଅନୁଦାନ ରାଶି ୧୦ହଜାରେ ଟଙ୍କାକୁ ବୃଦ୍ଧି କରାଯାଇ, ୫ ବର୍ଷ ହବ ପଡିରହିଥିବା ସମସ୍ତ ଦରଖାସ୍ତ ଗୁଡିକୁ ବିଚାରକୁ ନିଆଯାଇ ତୁରନ୍ତ ଅନୁଦାନ ପ୍ରଦାନ କରାଯାଉ ।
ଏହିଦାବି ଗୁଡିକ ସରକାର ପୁରଣ ନକଲେ ଆଗାମି ନିର୍ବାଚନରେ ରାଜ୍ୟର ହଜାର ହଜାର ନିର୍ମାଣ ଶ୍ରମିକ ଏହାର ଉଚିତ ଯବାବ ଦେବେ ବୋଲି, ରାଜ୍ୟ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ ଏହି ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିଛନ୍ତି ।ଆଜି ଏହି ସାମ୍ବାଦିକ ସମ୍ମିଳନୀରେ,ସଭାପତି ଶ୍ରୀମତୀ କାମିନୀ ମିଶ୍ର , ଗରଦପୁର ବ୍ଲକ ସଭାପତି ଓ ସମ୍ପାଦକ ପ୍ରଦୀପ୍ତ ସାମଲ ଓ ବହୁ ନିର୍ମାଣ ଶ୍ରମିକ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ଜୟ ରାଷ୍ଟ୍ର ପକ୍ଷରୁ ଜାତୀୟତାବାଦୀ ଜନନେତା ବୀର ସଭରକର ଙ୍କ ୧୪୦ ତମ ଜୟନ୍ତୀ ପାଳିତ...

Sun May 28 , 2023
ନିହାର ନରିଡା (କେନ୍ଦ୍ରାପଡା): ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ଜାତୀୟତାବାଦୀ ଜନନେତା ବୀର ସଭରକର ଙ୍କ ୧୪୦ ତମ ଜୟନ୍ତୀ ସ୍ଥାନୀୟ ପବ୍ଲିକ୍ ରିଡ଼ିଙ୍ଗ ରୁମ୍ ଠାରେ ପାଳିତ ହୋଇଯାଇଛି l ଅୟୋଜିତ ଉତ୍ସବରେ ଶିକ୍ଷାବିତ୍ ତଥା ସମାଜସେବୀ ଇଞ୍ଜିନିୟର ଭବାନୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୀର ସଭରକର ଙ୍କ ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ରାଷ୍ଟ୍ରବାଦୀ ମାନେ ସମସ୍ତ ଭୟରୁ […]

You May Like

Pin It on Pinterest