ଜୟ ରାଷ୍ଟ୍ର ପକ୍ଷରୁ ଜାତୀୟତାବାଦୀ ଜନନେତା ବୀର ସଭରକର ଙ୍କ ୧୪୦ ତମ ଜୟନ୍ତୀ ପାଳିତ…

ନିହାର ନରିଡା (କେନ୍ଦ୍ରାପଡା): ସାମାଜିକ ସଂଗଠନ ଜୟ ରାଷ୍ଟ୍ର ପକ୍ଷରୁ ଜାତୀୟତାବାଦୀ ଜନନେତା ବୀର ସଭରକର ଙ୍କ ୧୪୦ ତମ ଜୟନ୍ତୀ ସ୍ଥାନୀୟ ପବ୍ଲିକ୍ ରିଡ଼ିଙ୍ଗ ରୁମ୍ ଠାରେ ପାଳିତ ହୋଇଯାଇଛି l

ଅୟୋଜିତ ଉତ୍ସବରେ ଶିକ୍ଷାବିତ୍ ତଥା ସମାଜସେବୀ ଇଞ୍ଜିନିୟର ଭବାନୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୀର ସଭରକର ଙ୍କ ବଳିଦାନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ରାଷ୍ଟ୍ରବାଦୀ ମାନେ ସମସ୍ତ ଭୟରୁ ମୁକ୍ତ ହୋଇ ଦେଶ ସେବା କରିବା ଉଚିତ୍ ବୋଲି କହିଥିଲେ l ଉତ୍ସବରେ ମୁଖ୍ଯବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ ସେନା ଅଧିକାରୀ ତଥା ଗବେଷକ ପ୍ରମୋଦ ଧଳ ବୀର ସଭରକର ଙ୍କ କ୍ରାନ୍ତିକାରୀ ଆଦର୍ଶ ରେ ଯୁବସମାଜ ଅନୁପ୍ରାଣିତ ହେବା ଉଚିତ ବୋଲି କହିଥିଲେ l

ସମାଜସେବୀ ଜ୍ୟୋତି ରଞ୍ଜନ ନାୟକ ଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ଉମାକାନ୍ତ ଜେନା ଅତିଥି ପରିଚୟ ଓ ସ୍ୱାଗତ୍ ଭାଷଣ ଦେଇଥିବା ବେଳେ ଯୁବ ସାମ୍ବାଦିକ ସୁଶାନ୍ତ ନାୟକ ଧନ୍ଯବାଦ ଦେଇଥିଲେ l ଆଇନଜୀବୀ ବିଭୂତି ଭୂଷଣ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ରୀନା ରାଣୀ ଦାସ ଓ ନମିତା ଜେନା ଅତିଥି ସମ୍ବର୍ଦ୍ଧନା କରିଥିଲେ l ଏହି ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ l

ସେୟାର କରନ୍ତୁ

Next Post

ସଚେତନ ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ....

Sun May 28 , 2023
ନିରଞ୍ଜନ ବସ୍ତିଆ(ମାହାଙ୍ଗା): ୨୮/୦୫/୨୦୨୩-ମାହାଙ୍ଗା ହେଉଛି ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର। ଏହି ମାଟିରେ ବହୁ କବି, କବୟିତ୍ରୀ ଓ ସାହିତ୍ୟିକମାନେ ଜନ୍ମ ନେଇ ସେମାନଙ୍କର ଲେଖନୀ ଚାଳନା କରି ମାହାଙ୍ଗାବାସୀଙ୍କୁ ସାଧାରଣରେ ପରିଚିତ କରିଯାଇଛନ୍ତି। ଆଜିବି ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ରଖୁଥିବା ବ୍ୟକ୍ତିମାନେ ସାହିତ୍ୟ କିପରି ଚିରଦିନ ବଞ୍ଚିରହିବ ସେଥି ପ୍ରତି ନିଜକୁ ସମର୍ପିତ କରୁଛନ୍ତି। ସେଭଳି ଏକ ଅନୁଷ୍ଠାନ ହେଉଛି “ସଚେତନ ସାହିତ୍ୟ ସଂସଦ”। ସେ […]

You May Like

Pin It on Pinterest