ସଚେତନ ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ….

ନିରଞ୍ଜନ ବସ୍ତିଆ(ମାହାଙ୍ଗା): ୨୮/୦୫/୨୦୨୩-ମାହାଙ୍ଗା ହେଉଛି ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର। ଏହି ମାଟିରେ ବହୁ କବି, କବୟିତ୍ରୀ ଓ ସାହିତ୍ୟିକମାନେ ଜନ୍ମ ନେଇ ସେମାନଙ୍କର ଲେଖନୀ ଚାଳନା କରି ମାହାଙ୍ଗାବାସୀଙ୍କୁ ସାଧାରଣରେ ପରିଚିତ କରିଯାଇଛନ୍ତି। ଆଜିବି ସାହିତ୍ୟ ପ୍ରତି ଆଗ୍ରହ ଓ ରୁଚି ରଖୁଥିବା ବ୍ୟକ୍ତିମାନେ ସାହିତ୍ୟ କିପରି ଚିରଦିନ ବଞ୍ଚିରହିବ ସେଥି ପ୍ରତି ନିଜକୁ ସମର୍ପିତ କରୁଛନ୍ତି। ସେଭଳି ଏକ ଅନୁଷ୍ଠାନ ହେଉଛି “ସଚେତନ ସାହିତ୍ୟ ସଂସଦ”। ସେ ତାର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ଏକ ସାହିତ୍ୟ ପତ୍ରିକା ଉନ୍ମୋଚନ କରିଛି।

ସଚେତନ ସାହିତ୍ୟ ସଂସଦ ସାହାନିଆଜପୁରର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ କଟକ ଜିଲ୍ଲା ମାହାଙ୍ଗାର ଇଟାମୁଣ୍ଡଳିସ୍ଥିତ ମା ବୁଢ଼ୀ ଜାଗୁଳାଇଙ୍କ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସୁରେନ୍ଦ୍ର ନାଥ ଶତପଥୀଙ୍କ ସଭପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟ ସମାଲୋଚକ ପ୍ରଫେସର ବିଜୟ କୁମାର ଶତପଥୀ, ମୁଖ୍ୟବକ୍ତା ଭାବେ କିସ୍ ବିଶ୍ଵ ବିଦ୍ୟାଳୟର ପ୍ରଫେସର ବିଜୟା ନନ୍ଦ ସିଂହ ଯୋଗଦେଇଥିବା ବେଳେ ସମ୍ମାନୀତ ବକ୍ତା ଭାବେ ସାରଦା ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ଶ୍ରୀଯୁକ୍ତ ଶରତ ରଥ ଯୋଗଦେଇଥିଲେ।

ସେୟାର କରନ୍ତୁ

Next Post

କଳା ଓ କଳାକାରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋଲା ମଂଚଟିଏ ପାଇଁ ଦାବୀ ପତ୍ର....

Sun May 28 , 2023
ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଭଞ୍ଜନଗର କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ । ଆଜି ସାରା ବିଶ୍ୱରେ ତାଙ୍କର କାବ୍ୟ, କବିତା ବିଭିନ୍ନ ଭାଷାରେ ଆବୃତ୍ତି କରାଯାଉଛି ।ଏହା ସହିତ ଭଞ୍ଜନଗର ହେଉଛି ଗଞ୍ଜାମ ଜିଲ୍ଲାର ଏକ ଉପଖଣ୍ଡ । ଏହି ପରି ସ୍ଥାନରେ ଗୋଟିଏ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଂଚ ନଥିବା ବଡ଼ ଦୁଃଖର ବିଷୟ । ତେଣୁ ଆଜି ଘୁମୁସର କଳାକାର ମଞ୍ଚର […]

You May Like

Pin It on Pinterest