କଳା ଓ କଳାକାରଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋଲା ମଂଚଟିଏ ପାଇଁ ଦାବୀ ପତ୍ର….

ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଭଞ୍ଜନଗର କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ । ଆଜି ସାରା ବିଶ୍ୱରେ ତାଙ୍କର କାବ୍ୟ, କବିତା ବିଭିନ୍ନ ଭାଷାରେ ଆବୃତ୍ତି କରାଯାଉଛି ।ଏହା ସହିତ ଭଞ୍ଜନଗର ହେଉଛି ଗଞ୍ଜାମ ଜିଲ୍ଲାର ଏକ ଉପଖଣ୍ଡ । ଏହି ପରି ସ୍ଥାନରେ ଗୋଟିଏ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଂଚ ନଥିବା ବଡ଼ ଦୁଃଖର ବିଷୟ । ତେଣୁ ଆଜି ଘୁମୁସର କଳାକାର ମଞ୍ଚର ସଦସ୍ୟମାନେ ଏକତ୍ରିତ ହୋଇ ଏକ ଦାବୀ ପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ, ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋପବନ୍ଧୁ ମହାପାତ୍ର,କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା ।

ଭଞ୍ଜନଗର ଏବଂ ଆଖପାଖ ଅଞ୍ଚଳରେ ଅନେକ ସାହିତ୍ୟ, ସଂସ୍କୃତି, ନାଟକ ଅନୁଷ୍ଠାନ ମାନ ଗଢ଼ି ଉଠିଛି । କିନ୍ତୁ କାର୍ଯ୍ୟକ୍ରମଟିଏ କରିବା ପାଇଁ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଂଚ ସୁବିଧା ନଥିôବାରୁ ନାହିଁ ନଥିବା ଅସୁବିଧା ସାହିତ୍ୟକ ଅବା କଳାକାର ମାନେ ଭୋଗୁଛନ୍ତି । ଆଜି ପର୍ଯ୍ୟନ୍ତ ସରକାରୀସ୍ତରରେ କୌଣସି ସୁବିଧା ହୋଇପାରିନଥିବାରୁ କଳାକାର, ନାଟ୍ୟକାର ଏବଂ ସାହିତ୍ୟିକ ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଖାଦ୍ୟ ଅଛି କିନ୍ତୁ ଥାଳି ନାହିଁ,ତେଣୁ ଆଜି ଘୁମୁସର କଳାକାର ମଂଚ ତରଫରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ କରିବା ସମୟରେ ଶିବ ଶଙ୍କର ତ୍ରିପାଠୀ, ନାରାୟଣ ମହାରଣା, ଜଗଦିଶ ପାଣିଗ୍ରାହୀ, ଗୋବିନ୍ଦ ବେହେରା, ଅଶୋକ ମହାପାତ୍ର, ଚିନ୍ମୟ କୁମାର ବେବର୍ତ୍ତା, ହରିକୃଷ୍ଣ ସାହୁ, ଅଜୟ କୁମାର ବିଷୋୟୀ, ପ୍ରଦୀପ ସ୍ୱାଇଁ, ଉତ୍କକ ସାମ୍ବାଦିକ ସଂଘ ସଭାପତି ପ୍ରଦୀପ ସ୍ୱାଇଁ ,ଜୟକୃଷ୍ଣ ପଟ୍ଟନାୟକ, ଆଦିକନ୍ଦ ଗୌଡ଼, କେଶବ ଚନ୍ଦ୍ର ଆଚାର୍ଯ୍ୟ ସହିତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

"ୟୁଥ୍ ଚାରିଟେବୁଲ ଟ୍ରଷ୍ଟ"ର ନିଆରା ସେବା ମନୋବୃତ୍ତି କଟକରେ ଏବେ ଚର୍ଚ୍ଚାରେ....

Mon May 29 , 2023
ସଂଜୟ ଶତପଥୀ(କଟକ): ଓଡ଼ିଶା ର ଶ୍ରେଷ୍ଠ ଶିଶୁ ଚିକିତ୍ସାଳୟ ଭାବେ ମାନ୍ୟତା ପାଇଥିବା, କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ସ୍ନାତକୋତ୍ତର ସଂସ୍ଥାନ ବା ଶିଶୁ ଭବନକୁ ଆସିଥିବା ମାନସିକ ଚାପ ଗ୍ରସ୍ତ ଥୂବା ଅସୁସ୍ଥ ଓ ଚିକିତ୍ସାଧିନ ଶିଶୁମାନଙ୍କର ବାପମାଆ ତଥା ସମ୍ପର୍କୀୟ ମାନଂକୁ ‌କଟକ ସହରର‌ ଏକ ସୁନାମଧନ୍ୟ ଯୁବ ସଂଗଠନ ” ୟୁଥ୍ ଚାରିଟେବୁଲ ଟ୍ରଷ୍ଟ”, ସୂତାହାଟ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ […]

You May Like

Pin It on Pinterest