
ସଂଜୟ ଶତପଥୀ(କଟକ): ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ କଟକରେ ଦୀର୍ଘ ଦଶ ବର୍ଷ କାଳ କଟକ ମହାନଗର ଶାସନ ଓ ପ୍ରଶାସନ ର ଜାଇକା କାର୍ଯ୍ୟର ସାଙ୍ଘାତିକ ବିଳମ୍ବ ଏବଂ ଦାରୁଣ ପରିଚାଳନାଗତ ତ୍ରୁଟି ବ୍ୟବସ୍ଥା କାରଣରୁ କଟକ ବାସୀ ଅକଥନୀୟ ଯାତାୟତ ଅବ୍ୟବସ୍ଥା ସହିତ ଶେଷରେ ମରଣ ମୁହଁ କୁ ଯାଉଛନ୍ତି ।
ଗତକାଲି କେଶରପୁର ପୋଲ ପାଖ ଘଟଣାରେ ନାବାଳିକ ଝିଅ ଜାଇକା ଲୁହା ପାଇପ ରେ ଦୀର୍ଘ ଦେଢ଼ ଘଣ୍ଟା ଚିପି ହୋଇ ରହିଯିବା ଏବଂ ଜାଇକା ବାହିନୀ ଉଦ୍ଧାର ବଦଳରେ ଫେରାର ହେବା, ବହୁ କଷ୍ଟରେ ସ୍ଥାନୀୟ ଲୋକ ଉଦ୍ଧାର କଲାପରେ ମେଡିକାଲରେ ଶୋଚନୀୟ ମୃତ୍ୟୁ ହେବା ତଥା ତାଳଦଣ୍ଡା କେନାଲରେ କାର ଗଳି ପଡିବା ଆରୋହୀଙ୍କ ମୃତ୍ୟୁ ହେବା ଆଦିର ତୀବ୍ର ପ୍ରତିବାଦ ପାଇଁ ଆଜି କଟକ ବିଜେପି ତରଫରୁ ଜାଇକା ମହାନଦୀ ବିହାର ସରସ୍ବତୀ ମନ୍ଦିର ନିକଟସ୍ଥ କାର୍ଯ୍ୟାଳୟ ଠାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଜାଇକାର କିଛି ଅଧିକାରୀ ଆନ୍ଦୋଳନକାରୀ ବିଜେପି କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ ।ଜାଇକା ପ୍ରକଳ୍ପ ର ଦୁର୍ନୀତି ଏବଂ ଖାମ ଖିଆଲି ନୀତି କୁ ବିଜେପି ନେତାମାନେ ଘୋର ନିନ୍ଦା କରି ଜାଇକା ମହାଦୁର୍ନୀତିର ତଦନ୍ତ ଦାବୀ କରିଥିଲେ ।ନାବାଳିକା ମୃତ୍ୟୁର କ୍ଷତି ପୂରଣ ଜାଇକା ତଥା ମହାନଗର ନିଗମର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦରମା ରୁ କାଟି ଦେବାକୁ ଦାବୀ କରିଥିଲେ ।
କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ହୋଇଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ସିକନ୍ଦର ଅଲ୍ଲୀ,ରଶ୍ମିରେଖା ଦାସ,ଭାଗିରଥି ଦଳେଇ, ଗୋପାଳ ବେହେରା, ଗଗନ ଓଝା, ଦୀପକ ଦାସ, ଲକ୍ଷ୍ମୀଧର ବେହେରା, ପବନ ଭାଓସିଙ୍କା,ପ୍ରବୀଣା ମହାପାତ୍ର, ମହମଦ ସବୀର, ସତ୍ୟବ୍ରତ ମିଶ୍ର, ରତନ ମହାନ୍ତି,ଚିରଞ୍ଜୀବ ଖଣ୍ଡାୟତ ରାୟ,ଦେବାନନ୍ଦ ସିଂ, ନମିତା ମିଶ୍ର, ଜୀବନ ଜ୍ୟୋତି ଦାସ, ସୁବାଷ ମହାନ୍ତି,ସଂଗ୍ରାମ ସିଂ,ବିନୋଦିନୀ ବାରିକ,ସୀତା ସାହୁ, ବିଶ୍ୱଜିତ ଦାସ, ହରିଚନ୍ଦନ ନାଏକ, ଅନୁପମ ଦାସ, ଧର୍ମେନ୍ଦ୍ର ଗୁପ୍ତା,ଧୀରପ୍ରସାଦ ମହାନ୍ତି, ତନୁଶ୍ରୀ ମହାନ୍ତି, ସୌମ୍ୟ ସ୍ୱାଇଁ, ହରପ୍ରିୟା ଧଳ,ଅନିଲ ଦଳେଇ, ବିଶ୍ୱଜିତ ମହାପାତ୍ର, ଶିବାନାରାୟଣ ନାୟକ, ସୌମେନ୍ଦ୍ର ପଲେଇ, ଯୋଗେନ୍ଦ୍ର ବେହେରା, ପ୍ରଶାନ୍ତ ଦାସ, ପାପୁନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।



