ଜୁନ୍‌ ପହିଲାରୁ ଖସିଲା ଗ୍ୟାସ ଦର

ବାସ୍ତବ ବ୍ୟୁରୋ: ଜୁନ୍‌ ପହିଲାରୁ ଖସିଲା ଗ୍ୟାସ ଦର । କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ଖସିଛି ।

ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୮୩ ଟଙ୍କା କମିଛି। ଗତ ମାସ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ଥିଲା। ଜୁନ୍‌ରେ ୮୩ ଟଙ୍କା କମିବା ପରେ ଏହାର ମୂଲ୍ୟ ୧୭୭୩ ଟଙ୍କା ହୋଇଛି।

ବିହାର ରାଜଧାନୀ ପାଟଣାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା କମିବା ପରେ ୨୦୨୧.୫ ରହିଛି। ଲକ୍ଷ୍ନୌରେ ଏହାର ମୂଲ୍ୟ ୧୯୦୯ ଟଙ୍କା, ଅମୃତସରରେ ୧୮୯୫.୫, ଡେରାଡୁନରେ ୧୮୩୯.୫, ଜୟପୁରରେ ୧୮୧୮.୫ ଓ ରାଞ୍ଚିରେ ୧୯୪୯ ଟଙ୍କା ରହିଛି।

କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରକୁ ବାଦ ଦେଲେ ପେଟ୍ରୋଲିୟମ କମ୍ପାନୀ ଫ୍ଲାଇଟ ଇନ୍ଧନରେ ଦାମ ବି ବହୁତ ଖସାଇଥିବା ଜଣାଯାଇଛି। ତେବେ ଘରୋଇ ସିଲିଣ୍ଡର ଦାମ୍‌ ଏବେ ୧୧ଶହ ଟଙ୍କା ଉପରେ ଥିବାରୁ ଉପଭୋକ୍ତାଙ୍କ ପକେଟକୁ ଏହା ଖୁବ୍‌ ବାଧୁଛି। ହେଲେ ଏହାର ମୂଲ୍ୟ ଖସାଇବା ନିମନ୍ତେ କୌଣସି ଉଦ୍ୟମ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। 

ସେୟାର କରନ୍ତୁ

Next Post

୧୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି;କର୍ଣ୍ଣାଟକର ବିଜୁଳି ନୀତି ଆପଣାଇଲା ରାଜସ୍ଥାନ...

Thu Jun 1 , 2023
ବାସ୍ତବ ବ୍ୟୁରୋ: ରାଜସ୍ଥାନରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ମାଗଣା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ ମାଗଣା ଆଉ ବାକି ୧୦୦ ୟୁନିଟ୍ ପାଇ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି ରାଜସ୍ଥାନର କଂଗେସ ସରକାର । ବଢୁଥିବା ମୁଦ୍ରସ୍ଫିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ମତାମତ କ୍ରମେ ବିଦ୍ୟୁତ୍ ବିଲ ଛାଡ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗେହଲଟ । ମାଗଣା […]

You May Like

Pin It on Pinterest