୧୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି;କର୍ଣ୍ଣାଟକର ବିଜୁଳି ନୀତି ଆପଣାଇଲା ରାଜସ୍ଥାନ…

ବାସ୍ତବ ବ୍ୟୁରୋ: ରାଜସ୍ଥାନରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ମାଗଣା କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ ମାଗଣା ଆଉ ବାକି ୧୦୦ ୟୁନିଟ୍ ପାଇ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଛନ୍ତି ରାଜସ୍ଥାନର କଂଗେସ ସରକାର ।

ବଢୁଥିବା ମୁଦ୍ରସ୍ଫିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ମତାମତ କ୍ରମେ ବିଦ୍ୟୁତ୍ ବିଲ ଛାଡ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗେହଲଟ । ମାଗଣା ଅଫରକୁ ନେଇ ଗତକାଲି କଂଗ୍ରେସକୁ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାଦ୍ୱାରା ଦେଶ ଅଭିବୃଦ୍ଧି ବାଧାପ୍ରାପ୍ତ ହେଉଛି ବୋଲି କହିଥିଲ ମୋଦୀ । ଏହା ପରେ ରାଜସ୍ଥାନରେ ଏଭଳି ଅଫର ଦେଇଛି କଂଗ୍ରେସ ସରକାର ।

ଏହା ପର୍ବରୁ ରାଜସ୍ଥାନ ସରକାର ଗ୍ୟାସ୍ ସିଲିଣ୍ଡର ପିଛା ୫୦୦ ଟଙ୍କା ଲେଖାଏଁ ଛାଡ କରିଥିଲେ । କର୍ଣ୍ଣାଟକରେ ଦଳ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ ଛାଡ, ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା, ମହିଳାଙ୍କ ପାଇଁ ମାଗଣା ବସଯାତ୍ରା ଭଳି ଲୋଭନୀୟ ଅଫର ଦେଇଥିଲା । ଯେଉଁଥିପାଇଁ କଂଗ୍ରେସ ସେଠାରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସକ୍ଷମ ହୋଇଥିଲା । ରାଜସ୍ଥାନ ବିଧାନସଭା ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଥିବା ବେଳେ ସମାନ ରଣନୀତି ଆପଣାଇ ପୁଣି ସରକାର ଗଢିବାକୁ କଂଗ୍ରେସ ପ୍ରୟାସ କରିଥିବା କୁହାଯାଉଛି ।

ସେୟାର କରନ୍ତୁ

Next Post

ସରକାରୀ ନିୟମ କୁ ଭାଙ୍ଗି ରେକର୍ଡ ସୃଷ୍ଟି କଲେ ପୋଲିସ୍ କମାଣ୍ଡାଣ୍ଟ....

Thu Jun 1 , 2023
ବାସ୍ତବବ୍ୟୁରୋ:ଓଡ଼ିଶା ସରକାର “ଆମ ପୋଲିସ୍” ବିଭାଗ କୁ ନେଇ ଏତେ ଗର୍ବିତ ଯେ କହିଲେ ନ ସରେ। ଜନସାଧାରଣ କୈାଣସି ଭୁଲ୍ କଲେ ଓଡ଼ିଶା ପୋଲିସ୍ ବାହିନୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।ହେଲେ ପୋଲିସ୍ ଭୁଲ୍ କଲେ ତାହା ପୁଣି ଜନୈକ ବରିଷ୍ଠ ପୋଲିସ୍ ଅଧିକାରୀ। ନିଜର ଅବସର ଦିବସରେ ତାଙ୍କ ଲାଗି କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି ତାହା ବର୍ତ୍ତମାନ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। […]

You May Like

Pin It on Pinterest