ଆଜିର ଖାସ୍ ଖବର

୧-ପ୍ରତି ଓଡ଼ିଆଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ, ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତି ପଞ୍ଜିକରଣ କରି ସହଯୋଗ କରନ୍ତୁ : ନବୀନ

୨-ସୁବ୍ରତ ବାଗଚୀଙ୍କ ପ୍ରେସ୍‌ ମିଟ୍‌ : ଏବେ ରାଜ୍ୟ ସରକାରଙ୍କ ଟାର୍ଗେଟ୍‌ରେ ପଶ୍ଚିମବଙ୍ଗ ଫେରନ୍ତା, ଭଦ୍ରକ ଓ ଯାଜପୁର ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଛି।

୩-ବାଟହୁଡି ବଡ଼ଚଣା ଥାନା ବଡ଼ବାବୁ ସସ୍‌ପେଣ୍ଡ: ଚୋରା ଗାଡିରେ ନାଲିବତୀ ଲଗାଇ ଯାଇଥିଲେ ପୁରୀ, ସେବାୟତ ବି ଫସିଲେ।

୪-ଆଜିଠାରୁ କଟକଣା ସହ ଖୋଲିବ ସବୁ ବିଶ୍ବବିଦ୍ୟାଳୟ,
ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌ ମନା, ଅନ୍‌ଲାଇନ୍‌ରେ ହେବ ପିଏଚ୍‌ଡି ମୌଖିକ।

୫-ଶିଳ୍ପ ଓ ଏମଏସଏମଇକୁ ଟ୍ରାକକୁ ଆଣିବା ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ, ଛଅଟି ପୁଞ୍ଜି ନିବେଶ ପ୍ରସ୍ତାବକୁ ମିଳିଲା ଅନୁମୋଦନ।

୬-ନୟାଗଡ଼:ଆଶାକର୍ମୀଙ୍କ ମୁହଁକୁ ତତଲା ପେଜ ମାଡ, ଜଣେ ଅଭିଯୁକ୍ତ ଗିରଫ, ଆଉ ୨ଜଣ ଫେରାର।

୭-ଅଗଷ୍ଟ ପୂର୍ବରୁ ଟି-୨୦ ବିଶ୍ୱକପ୍‍ ନେଇ ନିଷ୍ପତ୍ତି ନେବନାହିଁ ଆଇସିସି ।

୮-୨୭ ଦିନ ଲକଡାଉନ୍ ପରେ କୋହଳ ହୋଇଛି କଟକଣା: ଆରମ୍ଭ ହୋଇଛି ସରକାରୀ କାମ ଏବଂ ଖୋଲିଛି ଅତ୍ୟାବଶ୍ୟକ ଦୋକାନ।

୯-ଜୁନ୍ ୧୫ପର୍ଯ୍ୟନ୍ତ ସକାଳୁଆ ଅଫିସ୍, ନିର୍ଦ୍ଦେଶ ମାନିବାକୁ ସରକାରଙ୍କ ତାଗିଦ୍‌।

୧୦-ପାଣିପାଗ ସୂଚନା : ୮ଟି ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ, ବଜ୍ରପାତ ପାଇଁ ଚାଷୀ ଭାଇଙ୍କୁ ସତର୍କ ରହିବାକୁ ପରାମର୍ଶ।

୧୧-ସମାଜିକ ଦୂରତା: ବୁଝୁଛନ୍ତି ଗାଁ ଲୋକ, ଅବୁଝା ସହରିଆ । ଆପଣ ସତର୍କ ନହେଲେ ସଂକ୍ରମଣ ରୋକି ପାରିବେନି ସରକାର । ସାବଧାନ କଲେ ସୁବ୍ରତ ବାଗଚୀ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କର ବଡ ଘୋଷଣା

Tue Apr 21 , 2020
ବାସ୍ତବ ବ୍ୟୁରୋ-ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କର ବଡ ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ ବାର୍ତ୍ତାରେ କରୋନା ସଂକ୍ରମିତ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ଯଦି କୌଣସି ଡାକ୍ତର ବା ସ୍ବାସ୍ଥ୍ୟକର୍ମୀଙ୍କର ମୃତ୍ୟୁ ଘଟିବ, ତେବେ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରିଛନ୍ତି । ଉଭୟ ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଏହି ଟଙ୍କା। ତା’ସହିତ […]

You May Like

Pin It on Pinterest