ବାଲେଶ୍ୱର ରେଳ ଦୁର୍ଘଟଣା ପୀଡିତଙ୍କୁ କଟକ ବଡ ମେଡିକାଲରେ ଭେଟିଲେ ସାସଂଦ ଅପରାଜିତା ଶଢଙ୍ଗୀ

ସଂଜୟ ଶତପଥୀ(କଟକ): ମାନ୍ୟବର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଙ୍ଗଳବାର ଅପରାହ୍ନରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କୁ ବାଲେଶ୍ୱର ରେଳ ଦୁର୍ଘଟଣା ପୀଡିତ ଙ୍କୁ ଦେଖିବାକୁ ଆସିଥିଲେ । ଶ୍ରୀମତୀ ଶଢଙ୍ଗୀଙ୍କୁ ସ୍ୱାଗତ କରିଥିଲେ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ଓ ବରିଷ୍ଠ ନେତା ନୟନ କିଶୋର ମହାନ୍ତି ।

ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସମସ୍ତ ପୀଡିତଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କ ରେ ସବିଶେଷ ବିବୃତ୍ତି ରଖିଥିଲେ । ୨୦୦ରୁ ଉର୍ଦ୍ଧ ପୀଡିତ ଙ୍କ ମଧ୍ୟରୁ ୧୪୩ ଜଣଙ୍କୁ ଛାଡି ଅନ୍ୟମାନେ ସୁସ୍ଥ ହୋଇ ଘରକୁ ଫେରି ଥିବାର ସୂଚନା ଦେଇଥିଲେ ।କଟକ ମେଡିକାଲକୁ ଆସିଥିବା ସମସ୍ତଙ୍କୁ ସୁସ୍ଥ କରିବାର ଲକ୍ଷ୍ୟ ରଖି ୫୦୦ରୁ ଉର୍ଦ୍ଧ ଡାକ୍ତର କାର୍ଯ୍ୟ କରୁଛନ୍ତି ବୋଲି ମେଡିକାଲ ସୁପରିଟେଣ୍ଡେଣ୍ଟ କହିଥିଲେ ।

ସାଂସଦ ଷଡ଼ଙ୍ଗୀ ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଏହି ଦୁଃସାଧ୍ୟ୍ୟ କାର୍ଯ୍ୟକୁ ସଫଳ କରିଥିବାରୁ ଧନ୍ୟବାଦ ଦେବାସହ,କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ସହାୟତା ବିଷୟରେ ଉଲ୍ଲେଖ କରିଥିଲେ ।ଏଥିରେ ସର୍ବଶ୍ରୀ ନିକୁଞ୍ଜ ପଟ୍ଟନାୟକ, ଜୀବନ ସାହୁ, ଉମେଶ ଖଣ୍ଡେଲୱାଲ,କର୍ପୋରେଟର ଦୀପକ ଦାସ,ଦେବାନନ୍ଦ ସିଂ,ମହମ୍ମଦ ସବୀର,ହରିଚନ୍ଦନ ନାୟକ,ଅନୁପମ ଦାସ,ଜୀବନଜ୍ୟୋତି ଦାସ, ରବିନାରାୟଣ ମିଶ୍ର,ଧୀର ମହାନ୍ତି, ମୁନୀନ୍ଦ୍ର ଭୋଳ, ଦିବ୍ୟାଭାରତୀ ଜେନା ପ୍ରମୁଖ ନେତା ଉପସ୍ଥିତ ଥିଲେ.ଶେଷରେ ବିଜେପି ହେଲ୍ପ ଡେସ୍କ ରେ କିଛି ସମୟ ବସି କର୍ମୀଙ୍କ ସହିତ ଆଲୋଚନା କରି ଭୁବନେଶ୍ୱର ଫେରିଥିଲେ।

ସେୟାର କରନ୍ତୁ

Next Post

ହୁ ହୁ ହୋଇ ବଢି ଚାଲିଛି ହରଡ ଡାଲି ଦର; ଗ୍ରାହକ ଅସନ୍ତୁଷ୍ଟ

Wed Jun 7 , 2023
ବାସ୍ତବ ବ୍ୟୁରୋ: ହୁ ହୁ ହୋଇ ବଢି ଚାଲିଛି ହରଡ ଡାଲି ଦର । ଖୋଲା ବଜାରରେ କିଲୋ ପିଛା ଦର ୧୪୦ ଟଙ୍କା ପହଞ୍ଚି ସାରିଲାଣି । ମାତ୍ର ୬ ମାସ ଭିତରେ ୪୦ ଟଙ୍କା ଦର ବଢି ସାରିଲାଣି । ବାରମ୍ବାର ଡାଲି ଦର ବଢିବା ଘଟଣା ଏବେ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଡାଲି ଭିତରେ ସବୁଠାରୁ ଅଧିକ ଚାହିଦା ହରଡ ଡାଲିର […]

You May Like

Pin It on Pinterest