
ବାସ୍ତବ ବ୍ୟୁରୋ: ସରକାରଙ୍କ ମାଇଁଗଭ୍ଇଣ୍ଡିଆ ପ୍ଲାଟଫର୍ମରୁ ଜଣାଯାଇଛି ଯେ ଡିଜିଟାଲ ପେମେଣ୍ଟ୍ ରୢାଙ୍କିଂରେ ଭାରତ ୨୦୨୨ ମସିହାରେ ବିଶ୍ବରେ ଶୀର୍ଷସ୍ଥାନରେ ରହିଛି। ଭାରତ ପଛକୁ ବ୍ରାଜିଲ (୨୯.୨ ନୟୁତ), ଚୀନ (୧୭.୬ ନିୟୁତ), ଥାଇଲାଣ୍ଡ (୧୬.୫ ନିୟୁତ) ଏବଂ ଦକ୍ଷିଣ କୋରିଆ (୮ ନିୟୁତ) ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ରହିଛନ୍ତି। ୨୦୨୨ରେ ଦେଶରେ ୮୯.୫ ନିୟୁତ ଡିଜିଟାଲ କାରବାର ହୋଇଥିଲା। ଏଥିସହିତ ୨୦୨୨ରେ ବିଶ୍ବ ରିଅଲ ଟାଇମ୍ ପେମେଣ୍ଟରେ ଭାରତର ଯୋଗଦାନ ୪୬ ପ୍ରତିଶତରୁ ଅଧିକ ରହିଛି।
ଭାରତର ଉକ୍ତ ସଫଳତା ନେଇ ମାଇଁଗଭ୍ଇଣ୍ଡିଆ ଟ୍ବିଟ କରିଛି। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତର ଆଧିପତ୍ୟ ରହିଛି। ନୂଆ ସମାଧାନ ଏବଂ ବ୍ୟାପକ ବ୍ୟବହାର ଜରିଆରେ ଭାରତ ନଗଦବିହୀନ ଅର୍ଥନୀତି କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ବୋଲି ଏଥିରେ କୁହାଯାଇଛି। ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ଏକ ନମ୍ବର।